Masthead

ବୃଦ୍ଧ ବାପାଙ୍କୁ ପର କରିଦେଲେ ଦୁଇ ପୁଅ

ନୀଳଗିରି (ବଡ଼ ଖବର ବ୍ୟୁରୋ): ବାପା , ମା’ ସାକ୍ଷାତ ଭଗବାନ । କିନ୍ତୁ ଏବେ ପାଲଟିଛନ୍ତି ଅଲୋଡ଼ା । ଯେଉଁ ବାପା ମା’ ଦିନେ ପିଲାଙ୍କ ପାଇଁ ନିଜର ନିଦ ହଜାଇ, ନିଜେ ନଖାଇ ପିଲାଙ୍କୁ ମଣିଷ କରିଥିଲେ ଆଜି ପରିଣତ ବୟସରେ ସେହି ପିଲାଙ୍କ ପାଇଁ ହୋଇଛନ୍ତି ଅଲୋଡ଼ା । ଏଭଳି ଏକ ଲଜ୍ଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି ନୀଳଗିରି କାହାଳିଆ ଗାଁରେ । ପରିଣତ ବୟସରେ ନଖାଇବାକୁ ଦେଇ ଭିକ୍ଷା ମାଗିବାକୁ ଛାଡ଼ି ଦେଇଛନ୍ତି ଦୁଇ ପୁଅ ।

ମଇନା ଦାସଙ୍କ, ବୟସ ୮୦ ବର୍ଷ । ଦୁଇ ପୁଅ ତପନ ଦାସ ଓ ପପୁ ଦାସ । ସଳଖି ହୋଇ ଚାଲିପାରୁନାହାନ୍ତି । ପରିଣତ ବୟସରେ ପୁଅମାନେ ଖାଇବାକୁ ନ ଦେବାରୁ ବାଧ୍ୟ ହୋଇ ଭତକ୍ଷା ବୃତ୍ତି କରିଚଳୁଛନ୍ତି । ଭିକ୍ଷା ବୃତ୍ତି କରିବା ସମୟରେ ଆଜି କିଛି ସ୍ଥାନୀୟ ଯୁବକ ଦୟନୀୟ ଅବସ୍ଥାରେ ତାଙ୍କୁ ରାସ୍ତା କଡ଼ରୁ ଉଦ୍ଧାର କରି ଥାନାରେ ପହଂଚାଇଥିଲେ । ଦୁଇ ପୁଅ ତାଙ୍କୁ ଖାଇବାକୁ ଗଣ୍ଡେ ଦେଉନାହାନ୍ତି ବୋଲି କୋହଭରା କଣ୍ଠରେ ଅଭିଯୋଗ କରିଛନ୍ତି । କିନ୍ତୁ ତାଙ୍କ ଦୁଇ ପୁଅ, ଆମେ ଖାଇବାକୁ ଦେଇପାରିବୁନି, ଆମ ସଂସାର ଆମକୁ ବଳାଉଛି, ତୁମେ ମାଗି ଯାଚି ଖାଅ ବୋଲି ରୋକଠୋକ କହିଛନ୍ତି ।

ଫଳରେ ୮୦ବର୍ଷ ବୟସ୍କ ମଇନା ଦାସ ବାଧ୍ୟ ହୋଇ କରୁଛନ୍ତି ଭିକ୍ଷାବୃତ୍ତି । ବୟସ ଅନୁମତି ଦେଉନଥିଲେ ବି ପେଟ ପୋଡି ଯାଉଥିବା ବେଳେ, ନିଜ ସ୍ତ୍ରୀ ଓ ନିଜର ପେଟ ର ଜ୍ୱାଳାକୁ ପ୍ରଶମିତ କରିବାକୁ ଭିକ୍ଷାବୃତ୍ତି କରିବାକୁ ବାଧ୍ୟ ହୋଇଛନ୍ତି । ତେବେ ଥାନାର ଆଶ୍ରୟ ନେବା ପରେ ନୀଳଗିରି ଥାନା ସବ ଇନିସ୍ପେକ୍ଟର ବାସୁଦେବ ଜୟସିଂ ତତ୍ପରତା ପ୍ରକାଶ କରି ତାଙ୍କ ପୁଅ ମାନଙ୍କୁ ଡାକି ବୃଦ୍ଧ ମଇନା ଦାସ ଙ୍କ ସମସ୍ୟା କୁ ସମାଧାନ କରିବାକୁ ପ୍ରୟାସ ଜାରି ରଖିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ