Masthead

ଉତ୍ତରାଖଣ୍ଡ  ବିପର୍ଯ୍ୟୟ ଗ୍ଲେସିୟର ଭାଙ୍ଗି ହୋଇନାହିଁ : ତ୍ରିବେନ୍ଦ୍ର ସିଂ

ଉତ୍ତରାଖଣ୍ଡ (ବଡ଼ ଖବର ବ୍ୟୁରୋ): ଉତ୍ତରାଖଣ୍ଡ  ବିପର୍ଯ୍ୟୟ ଗ୍ଲେସିୟର ଭାଙ୍ଗି ହୋଇନଥିବା ନେଇ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ କହିଛନ୍ତି  । ଏହି ଅଞ୍ଚଳରେ ଗ୍ଲେସିୟର ଭାଙ୍ଗି ନାହିଁ , ବିପୁଳ ପରିମାଣର ବରଫ ତରଳିବା ଦ୍ୱାରା ଏହି ବିପର୍ଯ୍ୟୟ ଘଟିଛି । ଆଜି ଅନୁଷ୍ଠିତ ବୈଠକରେ ଇସ୍ରୋ ବୈଜ୍ଞାନିକମାନେ ଉପଗ୍ରହ ଚିତ୍ରରୁ ସ୍ପଷ୍ଟ କରିଛନ୍ତି ଯେ ଏହି ବିପର୍ଯ୍ୟୟ ଗ୍ଲେସିୟର ଭାଙ୍ଗିବା ଯୋଗୁଁ ହୋଇନାହିଁ । ତାପମାତ୍ରା ବଢିବା ସହିତ ବରଫ ତରଳିବା ଫଳରେ ଏହି ଅଘଟଣ ଘଟିଛି।

ରବିବାର ଦିନ ଉତ୍ତରାଖଣ୍ଡର ଚାମୋଲିରେ ଯେଉଁ ବଡ଼ ଦୁର୍ଘଟଣା ଘଟିଲା ତାହା ଗ୍ଲେସିୟର ଭାଙ୍ଗିବା କାରଣରୁ ହୋଇଛି ବୋଲି କୁହାଯାଉଥିଲା । କିନ୍ତୁ  ଗ୍ଲେସିୟର ଭାଙ୍ଗି ଏପରି ହୋଇନଥିବା ସ୍ପଷ୍ଟ କରିଛନ୍ତି ଇସ୍ରୋ ବୈଜ୍ଞାନିକ  । ବର୍ତ୍ତମାନ ପର୍ଯ୍ୟନ୍ତ ରିଲିଫ ଓ ଉଦ୍ଧାର କାର୍ୟ୍ୟ ଚାଲିଥିବାବେଳେ ଚାମୋଲି ଜିଲ୍ଲା ପୋଲିସ ଏପର୍ଯ୍ୟନ୍ତ ୧୯ ଟି ମୃତଦେହ ଉଦ୍ଧାର କରିଛି । ୨୦୨ ରୁ ଅଧିକ ଲୋକ ନିଖୋଜ ଥିବା କୁହାଯାଉଛି। ରାତିରେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା । କ୍ଷୟକ୍ଷତି ଆକଳନ ଜାରି ରହିଛି  । ସକାଳ ଚାରିଟାରୁ ପୁଣି ଥରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଟନେଲ ନିକଟରୁ ଆବର୍ଜନା ହଟାଯାଉଛି  । ଅନେକ ଲୋକ ସେମାନଙ୍କ ଭିତରେ ଫସି ରହିଛନ୍ତି ବୋଲି ଅନୁମାନ କରାଯାଉଛି । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର କ୍ଷତିପୂରଣ ଘୋଷଣା କରିଛନ୍ତି । ରାଜ୍ୟ ସରକାର ୪ଲକ୍ଷ ଏବଂ କେନ୍ଦ୍ର ସରକାର ୨ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ