Masthead

ଉତ୍ତରାଖଣ୍ଡ  ବିପର୍ଯ୍ୟୟ ଗ୍ଲେସିୟର ଭାଙ୍ଗି ହୋଇନାହିଁ : ତ୍ରିବେନ୍ଦ୍ର ସିଂ

ଉତ୍ତରାଖଣ୍ଡ (ବଡ଼ ଖବର ବ୍ୟୁରୋ): ଉତ୍ତରାଖଣ୍ଡ  ବିପର୍ଯ୍ୟୟ ଗ୍ଲେସିୟର ଭାଙ୍ଗି ହୋଇନଥିବା ନେଇ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ କହିଛନ୍ତି  । ଏହି ଅଞ୍ଚଳରେ ଗ୍ଲେସିୟର ଭାଙ୍ଗି ନାହିଁ , ବିପୁଳ ପରିମାଣର ବରଫ ତରଳିବା ଦ୍ୱାରା ଏହି ବିପର୍ଯ୍ୟୟ ଘଟିଛି । ଆଜି ଅନୁଷ୍ଠିତ ବୈଠକରେ ଇସ୍ରୋ ବୈଜ୍ଞାନିକମାନେ ଉପଗ୍ରହ ଚିତ୍ରରୁ ସ୍ପଷ୍ଟ କରିଛନ୍ତି ଯେ ଏହି ବିପର୍ଯ୍ୟୟ ଗ୍ଲେସିୟର ଭାଙ୍ଗିବା ଯୋଗୁଁ ହୋଇନାହିଁ । ତାପମାତ୍ରା ବଢିବା ସହିତ ବରଫ ତରଳିବା ଫଳରେ ଏହି ଅଘଟଣ ଘଟିଛି।

ରବିବାର ଦିନ ଉତ୍ତରାଖଣ୍ଡର ଚାମୋଲିରେ ଯେଉଁ ବଡ଼ ଦୁର୍ଘଟଣା ଘଟିଲା ତାହା ଗ୍ଲେସିୟର ଭାଙ୍ଗିବା କାରଣରୁ ହୋଇଛି ବୋଲି କୁହାଯାଉଥିଲା । କିନ୍ତୁ  ଗ୍ଲେସିୟର ଭାଙ୍ଗି ଏପରି ହୋଇନଥିବା ସ୍ପଷ୍ଟ କରିଛନ୍ତି ଇସ୍ରୋ ବୈଜ୍ଞାନିକ  । ବର୍ତ୍ତମାନ ପର୍ଯ୍ୟନ୍ତ ରିଲିଫ ଓ ଉଦ୍ଧାର କାର୍ୟ୍ୟ ଚାଲିଥିବାବେଳେ ଚାମୋଲି ଜିଲ୍ଲା ପୋଲିସ ଏପର୍ଯ୍ୟନ୍ତ ୧୯ ଟି ମୃତଦେହ ଉଦ୍ଧାର କରିଛି । ୨୦୨ ରୁ ଅଧିକ ଲୋକ ନିଖୋଜ ଥିବା କୁହାଯାଉଛି। ରାତିରେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା । କ୍ଷୟକ୍ଷତି ଆକଳନ ଜାରି ରହିଛି  । ସକାଳ ଚାରିଟାରୁ ପୁଣି ଥରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଟନେଲ ନିକଟରୁ ଆବର୍ଜନା ହଟାଯାଉଛି  । ଅନେକ ଲୋକ ସେମାନଙ୍କ ଭିତରେ ଫସି ରହିଛନ୍ତି ବୋଲି ଅନୁମାନ କରାଯାଉଛି । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର କ୍ଷତିପୂରଣ ଘୋଷଣା କରିଛନ୍ତି । ରାଜ୍ୟ ସରକାର ୪ଲକ୍ଷ ଏବଂ କେନ୍ଦ୍ର ସରକାର ୨ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ