Masthead

ଟିକାକରଣ ଦେଢ଼ କୋଟି ଡୋଜ୍ ଟପିଛି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଟିକାକରଣ ଦେଢ଼ କୋଟି ଡୋଜ୍ ଟପିଛି । ଜାନୁଆରି ୧୬ ରେ ଆରମ୍ଭ ହୋଇଥିଲା ରାଜ୍ୟରେ ଟିକାକରଣ । ଏହାର ୬ମାସ ପରେ ରାଜ୍ୟରେ କରୋନା ଟିକାକରଣ ଦେଢ଼ କୋଟି ଡୋଜ୍ ଟପିଛି। ଗୁରୁବାର ୨ଲକ୍ଷ ୩୬ହଜାର ୭୭୪ଜଣ ଟିକା ନେବା ପରେ ସମୁଦାୟ ଡୋଜ୍ ସଂଖ୍ୟା ୧କୋଟି ୫୦ଲକ୍ଷ ୧ହଜାର ୧୨୬କୁ ବୃଦ୍ଧି ପାଇଛି। ଶୁକ୍ରବାର ଯାଜପୁର ଓ କେନ୍ଦ୍ରାପଡ଼ାରେ ଟିକାକରଣ ବନ୍ଦ ରହିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଶୁକ୍ରବାର ୭୯୫ ଟିକାକରଣ ଅଧିବେଶନ ଅନୁଷ୍ଠିତ ହେବ। ରାଜ୍ୟରେ ଗୁରୁବାର ୧୧୫୮ ଟିକାକରଣ ଅଧିବେଶନରେ ୨ଲକ୍ଷ ୩୬ହଜାର ୭୭୪ଜଣ ଟିକା ନେଇଥିଲେ। ଏଥିରେ ୧୮-୪୪ବର୍ଗର ୧ଲକ୍ଷ ୭ହଜାର ୫୧୦ଜଣ ପ୍ରଥମ ଓ ୧୪,୫୪୨ଜଣ ଦ୍ବିତୀୟ ଡୋଜ୍ ନେଇଥିଲେ। ସେହିପରି ୪୫ବର୍ଷରୁ ଅଧିକ ୨୫,୩୨୬ଜଣ ପ୍ରଥମ ଓ ୮୫,୮୯୮ଜଣଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇଥିଲା। ରାଜ୍ୟରେ ଏ ପର୍ଯ୍ୟନ୍ତ ୧୮-୪୪ବଗର ୨୨ ପ୍ରତିଶତ ଓ ୪୫ବର୍ଷରୁ ଅଧିକ ୫୫ ପ୍ରତିଶତ ପ୍ରଥମ ଡୋଜ୍ ଟିକା ନେଇ ସାରିଲେଣି। ସେହିପରି ରାଜ୍ୟରେ ୧୧ହଜାର ୧୩୫ଜଣ ଗର୍ଭବତୀ ଟିକା ନେଇ ସାରିଲେଣି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ