Masthead

କରୋନା ପାଇଁ ବଢ଼ିବନି ସ୍ଥାବର ସମ୍ପତ୍ତିର ମୂଲ୍ୟ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ଚଳିତ ବର୍ଷ ବୃଦ୍ଧି ହେବନିି ସ୍ଥାବର ସମ୍ପତ୍ତିର ମୂଲ୍ୟ । ଲାଗି ରହିଥିବା କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଚଳିତ ବର୍ଷ ଜମି, ପ୍ଲଟ, ଓ ଫ୍ଲାଟର ମୂଲ୍ୟ ବୃଦ୍ଧି ହେବନି, ଏହା ୨୦୨୧-୨୨ ଆର୍ଥିକ ବର୍ଷରେ ଲାଗୁ ହେବ । ବୁଧବାର ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏକ ବିଜ୍ଞପ୍ତି ଜାରି କରିଛି । ଏହାଛଡ଼ା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ମୂଲ୍ୟାୟନ କମିଟିର ଅଧ୍ୟକ୍ଷ ଥିବା ଜିଲ୍ଲାପାଳଙ୍କୁ ଜଣାଇ ଦିଆଯାଇଛି ।

ବିଭାଗ ପକ୍ଷରୁ ଏକ ସର୍କୁଲାର ମଧ୍ୟ ଜାରି କରାଯାଇଛି । ଏଥିରେ କୁହାଯାଇଛି ଯେ, ୨୦୨୦-୨୧ ଆର୍ଥିକବର୍ଷରେ ଜମିବାଡ଼ି ପାଇଁ ଯେଉଁ ମୂଲ୍ୟ ଧାର୍ଯ୍ୟ କରାଯାଇଥିଲା ତାହା ଚଳିତ ବର୍ଷ ଆର୍ଥିକ ବର୍ଷରେ ଲାଗୁ ରହିବ । ଜମିବାଡ଼ି ବିକ୍ରୀ ପାଇଁ ପୂର୍ବରୁ ଥିବା ରେଜିଷ୍ଟ୍ରେସନ ଫି ଅପରିବର୍ତ୍ତିତ ରହିବ । ତେବେ ଗତବର୍ଷ କେବଳ ଖୋର୍ଦ୍ଧା ଓ ବରଗଡ଼ ଜିଲ୍ଲା ପାିଁ ଜମିର ବେଞ୍ଚ ମାର୍କ ମୂଲ୍ୟ ୧୦% ବୃଦ୍ଧି କରାଯାଇଥିଲା । ଯାହାକୁ ପରେ ପ୍ରତ୍ୟାହାର କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ