Masthead

ପିପିଇ କିଟ, ଗ୍ଲୋବସ ଆଦିକୁ ଧୋଇ ପୁଣି ଥରେ ବିକ୍ରି କରୁଛନ୍ତି ଦୁର୍ବୃତ୍ତ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଦେଶ କରୋନା ମହାମାରୀ ପାଇଁ ଅଣନିଶ୍ୱାସୀ ହୋଇପଡିଲାଣି । ପ୍ରତି ଦିନ ପ୍ରତି ମୂହୂର୍ତ୍ତରେ ଚିହ୍ନଟ ହେଉଛନ୍ତି ନୂଆ ନୂଆ କରୋନା ରୋଗୀ । ଦୈନିକ ସକାଳ ୮ଟା ବାଜିଲେ କେନ୍ଦ୍ର ଏବଂ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଆସୁଛି କରୋନା ସକ୍ରମିତଙ୍କ ରିପୋର୍ଟ । ଯାହାର ଗ୍ରାଫ କେତେବେଳେ ଉପରକୁ ତ କେବେ ତଳକୁ ରହୁଛି । ହେଲେ ଏହି କରୋନା ଭାଇରସ ନିପାତ ହେବାର ନାଁ ଧରୁନି । ସ୍ୱାସ୍ଥ୍ୟବିଶେଷଜ୍ଞ, ସ୍ୱାସ୍ଥ୍ୟ କର୍ମଚାରୀ, ସରକାର ଏବଂ ଜନତା ପ୍ରାଣ ପୟେ ଚେଷ୍ଟା ଜାରି ରଖିଛନ୍ତି । ହେଲେ ସେତେ ଟା ସଫଳତା ହାସଲ ହେଉନଥିଲେ ବି ବିଫଳ ବି ସ୍ବୀକାର କରାଯାଇପାରିବ ନାହିଁ । କାରଣ କରୋନା ସବୁ ଚେଷ୍ଟାକୁ ମାତ ଦେଇ ପୁଣି ନୂଆ ରୂପରେ ଦେଖା ଦେଉଛି । ନୂଆ ନୂଆ ଭାରିୟାଣ୍ଟ ନେଇ ଜନ୍ମ ବଂଶ ବିସ୍ତାର କରୁଛି ମହାମାରୀ ।ତେବେ ଆମ ଦେଶର ସ୍ୱାସ୍ଥ୍ୟ କର୍ମୀ ମାନେ କରୋନା ରୋଗୀଙ୍କ ସେବା ପାଇଁ ପରିବାର ଛାଡି ହସ୍ପିଟାଲରେ ରହୁଛନ୍ତି । କରୋନା ରୋଗୀଙ୍କ ଠାରୁ ସଂକ୍ରମିତ ନହେବା ପାଇଁ ସେମାନେ ପିପିଇ କିଟ୍ ଗ୍ଲୋବସ ଏବଂ ମାସ୍କର ବ୍ୟବହାର କରିଥାନ୍ତି । ଆଉ ଯାହାକୁ ବ୍ୟବହାରର କିଛି ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ଫୋଫାଡି ଦିଆଯାଇଥାଏ ।

ହେଲେ ମଧ୍ୟପ୍ରଦେଶରେ ଏହି ପ୍ରୋଟୋକଲଗୁଡିକୁ ଫଲୋ କରାଯାଉନାହିଁ । ଏହି ସାମଗ୍ରୀର ହେଉଛି ପୁନଃ ବ୍ୟବହାର । ଏହି ଦୃଶ୍ୟ ହେଉଛି ମଧ୍ୟପ୍ରଦେଶର ସତନା ଅଂଚଳର । ଯାହାକି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଦେଖୁଛନ୍ତି ତ ଏମିତି ବି ହୋଇପାରେ । ଲୋକମାନେ ନିଜର ସ୍ବାର୍ଥ ପାଇଁ କରୋନା ସାମଗ୍ରୀକୁ ପୋଷାକ ବୋଲି ଭାବିନେଉଛନ୍ତି । ଆଉ ତାହାର ପୁନଃ-ବ୍ୟବହାର ପାଇଁ ପ୍ରସ୍ତୁତ କରୁଛନ୍ତି । ସେ ପୁଣି ଏକ ଗୋଦାମରେ ପ୍ରସ୍ତୁତ ହେଉଛି ଯାହାକି ବିକ୍ରି ହେବା ପାଇଁ । ସୂଚନା ଥାଉକି କରୋନା ଜଡିତ କୌଣସି ସାମଗ୍ରୀର ପୁନଃବ୍ୟବହାର ହୋଇପାରିବ ନାହିଁ । ସାଧାରଣ ଲୋକମାନେ ବି ଏହି ପ୍ରୋଟୋକଲ ଫଲୋ କରୁଛନ୍ତି । ହେଲେ କିଛି ବେପାରୁଆ ଚିନ୍ତାଧାରା ଲୋକ ଏହି ପ୍ରୋଟୋକଲକୁ ଖାତିର କରୁନାହାନ୍ତି । କିଛି ଟଙ୍କା ପାଇଁ ଲୋକଙ୍କ ଜୀବନର ମୂଲ୍ୟକୁ ଭୁଲିଯାଉଛନ୍ତି । ତେବେ ଏହି ସାମଗ୍ରୀ ଦ୍ବାରା ଲୋକମାନେ ଆକ୍ରାନ୍ତ ହୋଇପାରନ୍ତି କରୋନାରେ । ଯେଉଁମାନେ ଏହି ସାମଗ୍ରୀ ଦୋକାନରୁ କିଣିବେ ସେମାନେ ବ୍ୟବହାର କରିବା ପରେ ଆକ୍ରାନ୍ତ ହେବାଟା ଥୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ