Masthead

ବେଧଡକ ଚାଲିଛି ଧଳା ଜହର ବେପାର

ଢେଙ୍କାନାଳ (ବଡ଼ ଖବର ବ୍ୟୁରୋ): ଢେଙ୍କାନାଳ ସହରରେ ବେଧଡକ ଚାଲିଛି ଧଳା ଜହର ବେପାର । ନା ଅଛି ପୋଲିସର ଭୟ ନା ଅଛି ଅବକାରୀ ବିଭାଗର ଭୟ । ଢେଙ୍କାନାଳ ସହରର ବିଭିନ୍ନ ସ୍ଥାନରେ ବ୍ରାଉନସୁଗାର, ଗଞ୍ଜେଇ, ଚୋରା ମଦ ବହୁ ମାତ୍ରାରେ ବିକ୍ରି ହେଉଛି । ଆନନ୍ଦ ବଜାରର ରଜକ ସାହିରେ ପ୍ରତ୍ୟେକ ଦିନ ବ୍ରାଉନସୁଗାର ବିକ୍ରି ହେଉଥିବା ଲୋକମାନେ ଅଭିଯୋଗ କରିଥିଲେ ।

ପୋଲିସର ନିଷ୍କ୍ରିୟତା ଯୋଗୁଁ ଏହା ଚୋରା ବେପାରୀଙ୍କ ପାଇଁ ଭୂସ୍ୱର୍ଗ ପାଲଟିଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ରବିବାର ଟାଉନ ଥାନା ପୋଲିସ ଆନନ୍ଦ ବଜାର ରଜକ ସାହିରେ ରେଡ କରିଥିଲା । ଏହା ପୂର୍ବରୁ ଢେଙ୍କାନାଳ ସହରରେ ବିଭିନ୍ନ ସ୍ଥାନରେ ପୋଲିସ ରେଡ କରି ଚୋରା ବେପାରୀଙ୍କୁ ଧରିଥିଲେ ମଧ୍ୟ ଏଠାରେ ବ୍ରାଉନ ସୁଗାର ବେପାର କମିବାର ନା ଧରୁନି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ