Masthead

ଚୋରି ସମାଗ୍ରୀ ଉଦ୍ଧାର : ୨ ଗିରଫ

ସମ୍ବଲପୁର, (ବଡ଼ ଖବର ବ୍ୟୁରୋ): ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ଅନ୍ତର୍ଗତ ଗୋଗୁଆ ପଞ୍ଚାୟତର ଖୋଲଗଡ ଶିବ ମନ୍ଦିରରୁ ଗତ ୧୫ ତାରିଖ ରାତିରେ ଚୋରି ହୋଇଥିଲା । ଚୋରି ହୋଇଥିବା ବିଭିନ୍ନ ସାମଗ୍ରୀକୁ ପୋଲିସ ଉଦ୍ଧାର କରିବା ସହ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଲେ ରେଢାଖୋଲ ଥାନା ଡଇଁଚା ଗ୍ରାମର ପୀତାମ୍ବର ମହାପାତ୍ର ଏବଂ ଶାସନ ଥାନା ମୁରା ଗ୍ରାମର ଗୋବିନ୍ଦ ମେହେର । ଉଭୟଙ୍କୁ ଆଜି କିସିଣ୍ଡା ପୋଲିସ ରେଢାଖୋଲ କୋର୍ଟକୁ ଚାଲାଣ କରିଥିଲା । ଜାମିନ୍ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ପୋଲିସ ସୂତ୍ରରୁ ପ୍ରକାଶ,ବୁଧୁବାର ରାତିରେ ଶିବ ମନ୍ଦିରରୁ ପିତ୍ତଳ ନିର୍ମିତ ଘଣ୍ଟ, ଥାଳି,ଗରା,ଚଟୁ,ଢାଳ ସମେତ ଦାନ ବାକ୍ସ ଚୋରି ହୋଇଯାଇଥିଲା । ଗୁରୁବାର ସକାଳୁ ପୂଜକ କ୍ଷୀର ମହାପାତ୍ର ମନ୍ଦିରକୁ ପୂଜା କରିବାକୁ ଯାଇ ଏହା ଦେଖିଥିଲେ । ପରେ ସେ ଗ୍ରାମରେ ସବୁ କଥା ଜଣାଇଥିଲେ । ପରେ ପୂଜକ ଏବଂ ମନ୍ଦିର କମିଟି ସଂପାଦକ କିସିଣ୍ଡା ଥାନାରେ ଅଭିଯୋଗ କରିଥିଲେ । ଥାନା ଅଧିକାରୀ ଚିତ୍ତରଞ୍ଜନ ନାଏକ ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଚୋରି ସାମଗ୍ରୀ ଉଦ୍ଧାର କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି