Masthead

ମନ୍ଦିରରୁ ଚୋରି

କନ୍ଧମାଳ (ବଡ଼ ଖବର ବ୍ୟୁରୋ): ଚକାପଦରର ମନ୍ଦିରରୁ ତାଲା ଭାଙ୍ଗି ଚୋରି। କନ୍ଧମାଳ ଜିଲା ଚକାପାଦର ବିରୁପାକ୍ଷ ଓ ଆନନ୍ଦେଶ୍ୱର ମନ୍ଦିରରୁ ତାଲା ଭାଙ୍ଗି ଦାନ ହୁଣ୍ଡି ଚୋରି। ସକାଳୁ ପୂଜକ ପଂଚାନନ ମହାପାତ୍ର ଓ ସଂସାରୀ ମହାପାତ୍ର ମନ୍ଦିର ଖୋଲିବା ବେଳେ ଚୋରି ହୋଇଥିବା ଜାଣି ଥାନାକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଚକାପାଦ ଅଚଂଳରେ ଗତ କିଛି ଦିନ ଧରି ଡକାୟତି, ଚୋରି , ହତ୍ୟା ଘଟଣା ଦେଖିବାକୁ ମିଳିଛି।

କିଛିଦିନ ଆଗରୁ ଏକ ମୋବାଇଲ ଦୋକାନରୁ ୪ ଲକ୍ଷ ଟଙ୍କାର ମୋବାଇଲ ଚୋରି ଯାଇଥିଲା। ପୋଲିସ ନିଷ୍କ୍ରିୟତା ଅଭାବରୁ ଏପରି ଘଟଣା ଘଟୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଏନେଇ କିଛିଦିନ ଆଗରୁ ବଣିକ ସଂଘ ପକ୍ଷରୁ ଚକାପାଦ ଥାନା ଘେରାଉ କରାଯାଇଥିଲା। ତଥାପି ଚୋରି ଘଟଣା ବଢିଚାଲିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକମାନଙ୍କ ମଧ୍ୟରେ ପୋଲିସ ପ୍ରଶାସନ ପ୍ରତି ଆସ୍ଥା ହରାଉଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ