Masthead

ଜଣେ ଲେଖାଏଁ ଶିକ୍ଷକରେ ଚାଲିଛି ୩,୧୯୭ ସ୍କୁଲ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ଶିକ୍ଷା ବ୍ୟବସ୍ଥା ଭୁସୁଡିବାରେ ଲାଗିଲାଣି । ରାଜ୍ୟ ସରକାର ଶିକ୍ଷାର ସ୍ତରକୁ ଉନ୍ନତ ମାନର କରିବା ପାଇଁ ଅନେକ ଯୋଜନା କରୁଛନ୍ତି ହେଲେ କାର୍ଯ୍ୟକାରୀ ହେଉନାହିଁ । ଅନେକ ସ୍ତାନରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ଦେଖିବାକୁ ମିଳୁଛି । କେଉଁଠି ପଢିବା ପାଇଁ ସ୍କୁଲ ନାହିଁ ତ ଆଉ କେଉଁଠି ସ୍କୁଲ ଥାଇ ଶିକ୍ଷକ ନାହାଁନ୍ତି । ରାଜ୍ୟରେ ଏମିତି ଅନେକ ସ୍ଥାନ ଅଛି ଯେଉଁଠି ପିଲାମାନଙ୍କୁ ପଢାଇବା ପାଇଁ ଶିକ୍ଷକ ନାହାଁନ୍ତି । ଏମିତି ଦୃଶ୍ୟ ଅଧିକ ଗ୍ରାମାଞ୍ଚଳରେ ଦେଖିବାକୁ ମିଳୁଛୁ । ପିଲାମାନଙ୍କୁ ଶିକ୍ଷା ଦେବା ପାଇଁ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଅଭାବ ପରିଲିକ୍ଷିତ ହେଉଛି ।

ତେବେ ଓଡିଶାର ପ୍ରାୟ ୩,୧୯୭ ସରକାରୀ ଏବଂ ବେସକାରୀ ସ୍କୁଲରେ ମାତ୍ର ଜଣେ ଲେଖାଏଁ ଶିକ୍ଷକ ପାଠ ପଢାଉଛନ୍ତି । ସରକାର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଅନେକ ଯୋଜନା କରୁଛନ୍ତି । ହେଲେ ଏହା କେତେ କାର୍ଯ୍ୟକାରୀ ହେଉଛି ତାହା ଏଥିରୁ ସ୍ପଷ୍ଟ ଜଣାପଡୁଛି । ଓଡିଶାର ପ୍ରାୟ ୩,୧୯୭ ବିଦ୍ୟାଳୟ ରହିଛି ଯେଉଁଠାରେ ମାତ୍ର ଜଣେ ଲେଖାଏଁ ଶିକ୍ଷକରେ ପାଠ ପଢା ଚାଲିଛି । ଏହି ବିଦ୍ୟାଳୟଗୁଡିକରୁ ପ୍ରାୟ ୮୮% ଗ୍ରାମାଞ୍ଚଳରେ ଅବସ୍ଥିତ । ଏହି ୩,୧୯୭ ବିଦ୍ୟାଳୟ ହେଉଛି ରାଜ୍ୟର ମୋଟ ୬୮,୭୧୭ ବିଦ୍ୟାଳୟର ୫% ଯେଉଁଥିରେ ୩,୪୦,୪୭୭ ଶିକ୍ଷକ ଅଛନ୍ତି । ତେବେ ଏହି ବିଦ୍ୟାଳୟଗୁଡିକରେ ବର୍ତ୍ତମାନ ୨୮,୮୧୬ ଶିକ୍ଷକ ଆବଶ୍ୟକ କରନ୍ତି ।

ନିୟମ ଅନୁଯାୟୀ ଗୋଟେ ଲେଖାଏଁ ସ୍କଲରେ ପ୍ରାୟ ୨ରୁ ୩ ଜଣ ଶିକ୍ଷକ ନିଯୁକ୍ତି ପାଇବା ଆବଶ୍ୟକ । ହେଲେ ଏଠାରେ ଜଣେ ଲେଖାଏଁ ଶିକ୍ଷକରେ ଚାଲିଛି ପାଠପଢା । ସେପଟେ ୟୁନିଷ୍କୋ ରିପୋର୍ଟରେ ଦର୍ଶାଯାଇଛି ଯେ ଏପରି ବ୍ୟବସ୍ଥା ଶିକ୍ଷା ଅଧିକାର (RTE) ର ଉଲ୍ଲଘଂନ କରୁଛି । ନିୟମ ଅନୁଯାୟୀ ପ୍ରାଥମିକ ଶ୍ରେଣୀ ୧ରୁ ୫ ଏବଂ ୩୫ରୁ ୧ ପର୍ଯ୍ୟନ୍ତ ପ୍ରାଥମିକ ଶ୍ରେଣୀ ପାଇଁ ଛାତ୍ର ଶିକ୍ଷକ ଅନୁପାତ (PTR )କୁ ୩୦:୧ରେ ବାଧ୍ୟତାମୂଳକ ଅଟେ । ରାଜ୍ୟରେ କେବଳ ୪୫ଟି ସ୍କୁଲରେ ମହିଳା ଶିକ୍ଷକ ଅଛନ୍ତି । ଗ୍ରାମାଞ୍ଚଳରେ ମହିଳା ଶିକ୍ଷକଙ୍କ ସାମଗ୍ରିକ ଅନୁପାତ ସହାରାଞ୍ଚଳ ତୁଳନାରେ ବହୁତ କମ ଅଟେ ।ତେବେ ସାରା ଦେଶରେ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ସ୍ତରରେ ଶିକ୍ଷକଙ୍କ ଯୋଗ୍ୟତା ଏକାଡେମିକ ଡିଗ୍ରି କିମ୍ବା ବୃତ୍ତିଗତ ଡିଗ୍ରି ହାସଲ କରି ନାହିଁ ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ଶିକ୍ଷକଙ୍କ ଯୋଗ୍ୟତା ପ୍ରାଥମିକ ସ୍ତରରେ ୩.୪୬କୁ ବୃଦ୍ଧି ପାଇଥାଏ । ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ସ୍ତରରେ ଆଯୋଗ୍ୟ ଯୋଗ୍ୟ ଶିକ୍ଷକଙ୍କ ପ୍ରତିଶତ ହେଉଛି ୧.୬୧,୦.୪୫ ଏବଂ ୦.୪୫ ପ୍ରତିଶତ । ବିଦ୍ୟାଳୟ ଗୁଡିକରେ ସଡକ ପ୍ରବେଶ ଏବଂ ୱାଶରୁମ, ପାନୀୟ ଜଳ ଏବଂ ଶ୍ରେଣୀଗୃହ ଭଳି ସୁବିଧା ମଧ୍ୟ ନାହିଁ । ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ଏହି ବ୍ୟବସ୍ଥା ଖୁବ କମ ସ୍କୁଲରେ ଅଛି । ପିଲାମାନଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବା ପାଇଁ ସରକାର ଏହି ସବୁ ସୁବିଧା ଯୋଗାଇ ଦେବା ଦରକାର ହେଲେ ରାଜ୍ୟର ଖୁବ କମ ସ୍କଲରେ ଏହି ସୁବିଧା ଉପଲବ୍ଧ ।

ରାଜ୍ୟର ପ୍ରାୟ ୩୮ଟି ବଦ୍ୟାଳୟରେ ବିଦ୍ୟୁତ ଅଛି । ସବୁ ସ୍କୁଲରେ ଏହି ସୁବିଧା ଯୋଗାଇବା ଦରକାର।  ସେହିଭଳି ରାଜ୍ୟର ଅନେକ ସ୍କୁଲ ଗୁଡିକରେ କମ୍ପୁଟିଂ ଡିଭାଇସ ଏବଂ ଇଣ୍ଟରନେଣ୍ଟ ପାଇଁ ଖୁବ କମ ସୁବିଧା ରହିଛି । ସମୁଦାୟ ବିଦ୍ୟାଳୟ ଗୁଡିକର ୬ ପ୍ରତିଶତ ସ୍କୁଲରେ ଇଣ୍ଟରନେଟ ସୁବିଧା ଏବଂ ଅଇସିଟି ଲ୍ୟାବ ଅଛି । ଏହି ରିପୋର୍ଟରେ ଓଡ଼ିଶା ସରକାରଙ୍କ ଦ୍ୱାରା ପରୋକ୍ଷ ନିଯୁକ୍ତିର ଅଭ୍ୟାସ ଦର୍ଶାଯାଇଛି । ୟୁନିସ୍କୋ ରିପୋର୍ଟରେ ଦର୍ଶାଯାଇଛି ଯେ, ଓଡ଼ିଶାର ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ନିଯୁକ୍ତି ପରୋକ୍ଷରେ ହୋଇଛି, ବର୍ତ୍ତମାନର ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କର ପଦୋନ୍ନତି ଏବଂ ନୀୟମିତକରଣ ମାଧ୍ୟମରେ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୁମ୍ବାଇରେ କରୋନାରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ 🔴 ‘ଟ୍ରକ ଟ୍ରକ ଚିଟଫଣ୍ଡ ନଥିପତ୍ର ବୋହି ନେଇଛି ବିଜେଡି’ 🔴 ପାଣି ପାଇଁ ଘାଣ୍ଟି ହେଉଛନ୍ତି ଗ୍ରାମବାସୀ 🔴 ବ୍ଲେଡ ମାରି ଲୁଟିଲେ, ବାଇକ୍‌ ପୋଡ଼ିଦେଲେ 🔴 ଟ୍ରମ୍ପ୍-ପୁଟିନ୍‌ଙ୍କ ଯୁଦ୍ଧ ବିରତି ଆଲୋଚନା 🔴 ୨୧ରୁ ୨୩ ତାରିଖ ଯାଏ କାଳବୈଶାଖୀ 🔴 ନିଲର୍ଜର ସୀମା ଟପିଲେ ଆଫ୍ରିଦ 🔴 ଅମୃତସର ହମଲା, ଡେମୋ ଦେଖାଇଲା ଭାରତୀୟ ସେନା 🔴 ଯୁବକଙ୍କ ଉନ୍ମତକାଣ୍ଡ, ହଠାତ ଆସିଲେ ଚଳନ୍ତା ବସର ଷ୍ଟିଅରିଂ ମୋଡି ଦେଲେ 🔴 ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ 🔴 ମୁମ୍ବାଇରେ କରୋନାରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ 🔴 ‘ଟ୍ରକ ଟ୍ରକ ଚିଟଫଣ୍ଡ ନଥିପତ୍ର ବୋହି ନେଇଛି ବିଜେଡି’ 🔴 ପାଣି ପାଇଁ ଘାଣ୍ଟି ହେଉଛନ୍ତି ଗ୍ରାମବାସୀ 🔴 ବ୍ଲେଡ ମାରି ଲୁଟିଲେ, ବାଇକ୍‌ ପୋଡ଼ିଦେଲେ 🔴 ଟ୍ରମ୍ପ୍-ପୁଟିନ୍‌ଙ୍କ ଯୁଦ୍ଧ ବିରତି ଆଲୋଚନା 🔴 ୨୧ରୁ ୨୩ ତାରିଖ ଯାଏ କାଳବୈଶାଖୀ 🔴 ନିଲର୍ଜର ସୀମା ଟପିଲେ ଆଫ୍ରିଦ 🔴 ଅମୃତସର ହମଲା, ଡେମୋ ଦେଖାଇଲା ଭାରତୀୟ ସେନା 🔴 ଯୁବକଙ୍କ ଉନ୍ମତକାଣ୍ଡ, ହଠାତ ଆସିଲେ ଚଳନ୍ତା ବସର ଷ୍ଟିଅରିଂ ମୋଡି ଦେଲେ 🔴 ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ