Masthead

ଭୋକର ଭୟଙ୍କର ଚିତ୍ର

ସୁନ୍ଦରଗଡ଼(ବଡ଼ ଖବର ବ୍ୟୁରୋ): ଖଣି ଖାଦାନ ଭରା ସୁନ୍ଦରଗଡ଼ରେ ଭୋକର ଭୟଙ୍କର ଚିତ୍ର । ଭୋକ ଲାଗିବାରୁ ଏକ ଶିଶୁ ରାସ୍ତାରେ ପଡ଼ିଥିବା ଅଇଁଠା ପତ୍ର ଚାଟୁଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ ମାଲଦା ପଞ୍ଚାୟତର ଗଣୁଆ ଖଣି ଅଞ୍ଚଳରେ । ବର୍ତ୍ତମାନ ଏହି ଦୃଶ୍ୟ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କିଛି ବ୍ୟକ୍ତି ଏଠାରେ ଭୋଜିଭାତ କରି ଖାଇବା ପରେ ଅଇଁଠା ଖଲି ପକାଇ ଚାଲିଯାଇଥିଲେ। ସେହି ଅଇଁଠା ପତ୍ରକୁ ଛୁଆଟି ଚାଟି ଖାଉଥିବା ଭିଡିଓରେ ଦେଖିବାକୁ ମିଳିଛି।

ସୂଚନା ଅନୁସାରରେ, ତାଡୁଗୋଠ ପଡ଼ାରେ ରହୁଥିବା ରାବଣ ମୁଣ୍ଡାଙ୍କ ସ୍ତ୍ରୀ ମରିଯିବା ପରେ ତିନି ଛୁଆ ରାଜନ ମୁଣ୍ଡା, ମାଳତି ମୁଣ୍ଡା ଓ ମନୋରଞ୍ଜନ ମୁଣ୍ଡାଙ୍କୁ ନେଇ ତାଙ୍କ ସଂସାର। ଖାଦ୍ୟ ଅଭାବରୁ ତିନି ଛୁଆ ଅପପୁଷ୍ଟିର ଶିକାର ହୋଇଛନ୍ତି । ପଞ୍ଚାୟତରୁ ମିଳୁଥିବା ଚାଉଳ ଏବଂ ଜାଳେଣି କାଠ ବିକ୍ର କରି ପରିବାର ପ୍ରତିପୋଷଣ କରନ୍ତି । ସେହି ବସ୍ତିର ମହିଳା ମାନେ ଅଭିଯୋଗ କରିଛନ୍ତି ଯେ ଅଙ୍ଗନୱାଡି କେନ୍ଦ୍ରରେ ଛତୁଆ ଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀ ଦୁଇ ରୁ ତିନି ମାସ ବ୍ୟବଧାନରେ ମିଳୁଛି । ଏ ବିଷୟରେ ଅଙ୍ଗନୱାଡି କର୍ମୀକୁ ପଚାରିବାରୁ ସେ କହିଛନ୍ତି ପ୍ରତ୍ୟେକ ମାସରେ ଆସୁଥିବା ସରକାରୀ ସହାୟତା ତାଙ୍କ ପାଖରେ ପହଞ୍ଚାଇବା ସହିତ ବଳକା ରୋଷେଇ ଖାଦ୍ୟ ରାବଣର ଛୁଆ ମାନଙ୍କୁ ଦେଇ ଆସିଥାନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ