Masthead

ଲୋକଙ୍କର ପ୍ରଚଣ୍ଡ ରେସପନ୍ସ ଦେଖିବାକୁ ମିଳୁଛି: ସମୀର ଦାସ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବିଜେଡ଼ିର ପଦଯାତ୍ରା ପ୍ରସଙ୍ଗରେ ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାସ ଦେଇଛନ୍ତି ପ୍ରତିକ୍ରିୟା । ଗୋପ ଅଞ୍ଚଳ ନାଗପୁର ପାଖରେ ସମାବେଶ ଥିଲା । ଯେଉଁଥିରେ ୨୦୦୦ରୁ ଉର୍ଦ୍ଧ୍ବ ଯୁବକଙ୍କର ବିଶାଳ ମୋଟରସାଇକେଲ ଶୋଭାଯାତ୍ରା ୧୫ କିମି ଯାଏଁ ହେଲା । ୫ ହଜାରରୁ ଉର୍ଦ୍ଧ୍ବ କାର୍ଯ୍ୟକର୍ତ୍ତା ଏବଂ ମାଆ ମାନେ ଏଥିରେ ସାମିଲ ହୋଇଥିଲେ । ଲୋକଙ୍କର ପ୍ରଚଣ୍ଡ ରେସପନସ୍ ଦେଖିବାକୁ ମିଳୁଛି । ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ଜିତାଇବା ପାଇଁ ଲୋକ ମାନସିକ ଭାବେ ପ୍ରସ୍ତୁତ ଅଛନ୍ତି । ସେପଟେ ଲକ୍ଷ୍ମୀ ଯୋଜନାରେ ଦଳୀୟ ଲୋଗୋ ବ୍ୟବହାରକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି, ବିଜେଡି ବିଧାୟକ ସମୀର ଦାସ । କହିଛନ୍ତି,ଶଙ୍ଖ ଆମ ଦୈନନ୍ଦିନ ଜୀବନର ଅଂଶ ବିଶେଷ । ଯେକୌଣସି କାର୍ଯ୍ୟକ୍ରମର ଆରମ୍ଭ ଶଙ୍ଖ ନାଦରୁ ହିଁ ହୁଏ । ଶଙ୍ଖ ବଜାଇବା କଣ ଭୁଲ । ଭଲ କାର୍ୟ୍ୟରେ ଶଙ୍ଖ ବଜାଯାଏ । ଏହା କେବଳ ଓଡ଼ିଶା ଭିତରେ ସୀମାବଦ୍ଧ ନୁହେଁ । ଭାରତୀୟ ସଂସ୍କୃତିରେ ଶଙ୍ଖର ବିଶେଷ ଭୂମିକା ଅଛି । ଲୋକଙ୍କ ଭିତରେ ଏକ ଆଧ୍ୟାତ୍ମିକ ଭାବକୁ ନେଇ ଶଙ୍ଖ ଅଛି । ତେଣୁ ଶଙ୍ଖକୁ କେବଳ ଏକ ରାଜନୈତିକ ଚିହ୍ନ ଭାବେ ବିରୋଧୀ ମାନେ ଚିତ୍ରିତ କରିବା ଉଚିତ୍ ନୁହେଁ । ଲକ୍ଷ୍ମୀ ଯୋଜନା ଉଦଘାଟନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଯାଇଛନ୍ତି । ତେଣୁ ବିଜ୍ଞାପନରେ ଶଙ୍ଖ ବଜାଇବାର ଫଟୋ ଆସିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି