Masthead

ସଂସଦ ଭିତରେ ଧକ୍କାମୁକି

(ବଡ଼ ଖବର ବ୍ୟୁରୋ): ସଂସଦରେ ଧକ୍କା ମାରିବା, ପରସ୍ପରକୁ ଗାଳିଗୁଲଜ କରିବା ଏକ ସୁସ୍ଥ ଗଣତନ୍ତ୍ର ପାଇଁ ଶୋଭନୀୟ ନୁହେଁ । କିନ୍ତୁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଏକ ସଂସଦ ଗୃହରେ । ଜାତୀୟ ବଜେଟ ଆଲୋଚନା ବେଳେ ସଂସଦରେ ଉପସ୍ଥିତ ଶାସକ ଓ ବିରୋଧୀ ଦଳଙ୍କ ମଧ୍ୟରେ ହୋଇଛି ହଙ୍ଗାମା । ତେବେ ଏ ହେଉଛି ପାକିସ୍ତାନ ସଂସଦ ଗୃହର ଦୃଶ୍ୟ । ଯେଉଁଠାରେ ଶାସକ ଓ ବିରୋଧୀ ସଂସଦ ମଧ୍ୟରେ ସାମ୍ନା ସାମ୍ନି ହୋଇଛନ୍ତି । ସଂସଦରେ ଜାତୀୟ ବଜେଟକୁ ନେଇ ଆଲୋଚନା ଚାଲିଥିଲା । ଏହି ସମୟରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାର୍ଟିର ପାକିସ୍ତାନ ତେହରିକ-ଇ-ଇନସାଫ (ପିଟିଆଇ)ର ସାଂସଦ ଅଲୀ ନୱାଜ ଆୱାନ ଅନ୍ୟ ସାଂସଦଙ୍କୁ ଗୋଟିଏ ପରେ ଗୋଟିଏ ଆପତ୍ତଜନକ ଭାଷା କହିବା ଆରମ୍ଭ କରି ଦେଲେ ଏବଂ ପ୍ରଶ୍ନ-ଉତ୍ତରର ଏକ କପି ବିରୋଧୀ ଦଳର ନେତାଙ୍କ ଉପରକୁ ଫୋପାଡ଼ି ଦେଇଥିଲେ।

https://twitter.com/nighatdad/status/1404883678065577987?s=20

ଏହାପରେ ବିରୋଧୀ ଦଳର ନେତା ଶାହବାଜ ଶରିଫ କହିବା ଆରମ୍ଭ କରିବା ମାତ୍ରେ ଗୃହରେ ହଙ୍ଗାମା ହୋଇଥିଲା। ଏହି ସମୟରେ ପାକିସ୍ତାନ ମିଡିଆରେ ବାହାରିଥିବା ରିପୋର୍ଟ ଅନୁଯାୟୀ, ଶରିଫଙ୍କ ଭାଷଣ ଉପରେ ପିଟିଆଇର ସାଂସଦ ଆରମ୍ଭରୁ ନାରାବାଜି କରିଥିଲେ ଏବଂ ଜୋରରେ ଚିତ୍କାର କରିଥିଲେ। ଏହାରି ଭିତରେ ପିଟିଆଇ ସାଂସଦ ନିଜ ସରକାରଙ୍କ ବଜେଟର କପି ଫୋପାଡିବା ଆରମ୍ଭ କରିଦେଇଥିଲେ। ଏହି ପୂରା ହଙ୍ଗାମା ବେଳେ ଗୋଟିଏ ପଟେ ଶରିଫ୍‌ ଲଗାତାର କଥା ଜାରି ରଖିଥିବା ବେଳେ ଅନ୍ୟପଟେ ସ୍ପିକର ଅସଦ୍ କ୍ୟାସର ସାଂସଦଙ୍କୁ ରୋକିବାକୁ ପ୍ରୟାସ କରିଥିଲେ । କିନ୍ତୁ ହୋହଲ୍ଲା ବନ୍ଦ ହେବାର ନାଁ ନେଉନଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ