Before Header

ଫାଇଲେରିଆ ଔଷଧ ଖାଇ ରୋଗୀ ମୃତ୍ୟୁ

0 139

ସୋନପୁର(ବଡ଼ ଖବର ବ୍ୟୁରୋ): ଫାଇଲେରିଆ ଔଷଧ ଖାଇ ମୃତ୍ୟୁ ଅଭିଯୋଗ l ମୃତକ ହେଲେ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଦୁବୁଲା ଗ୍ରାମର ଜଗବନ୍ଧୁ ନାଗ l ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ ୧୬ ତାରିଖ ଦିନ ଏଏନଏମ ଶାନ୍ତିଲତା ମହାନନ୍ଦ ଯାଇ ଜଗବନ୍ଧୁଙ୍କୁ ଫାଇଲେରିଆ ଔଷଧ ଖାଇବାକୁ ଦେଇଥିଲେ l ଔଷଧ ଖାଇବାର କିଛି ସମୟପରେ ଜଗବନ୍ଧୁଙ୍କ ମୁଣ୍ଡ ବୁଲେଇଥିଲା l

ତାଙ୍କ ପୁଅ ଖବରପାଇବା ପରେ ମେଡିକାଲକୁ ନେବାକୁ କହିବାରୁ ଏଏନଏମଙ୍କୁ ଫୋନ କରିବାପାଇଁ କହିଥିଲେ ଜଗବନ୍ଧୁ l ଔଷଧ ଖାଇବା ପରେ କିଛିଲୋକଙ୍କ ଏମିତି ହେଉଛି ବୋଲି କହିବାରୁ ସେମାନେ ଆଶ୍ୱସ୍ତ ହୋଇ ଘରେ ରହିଥିଲେ l କିନ୍ତୁ କିଛି ସମୟପାରେ ଜଗବନ୍ଧୁ ଅଚେତ ହୋଇପଡ଼ିଥିଲେ l ତାଙ୍କୁ ତରଭା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବାପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଘଟଣାସ୍ଥଳରେ ପୋଲିସ ପହଂଚି ଶବ ଜବତ କରି ଅଧିକ ତଦନ୍ତ ଜାରିରଖିଛି l

Leave A Reply

Your email address will not be published.