Masthead

ଅଯୋଧ୍ୟାରେ ହେବ ରାମଲୀଳା, ଅଭିନୟ କରିବେ ବିଜେପି ସାଂସଦ

ଅଯୋଧ୍ୟା (ବଡ଼ ଖବର ବ୍ୟୁରୋ) : ଅଯୋଧ୍ୟାରେ ହେବ ରାମଲୀଳା । ଏହି ରାମଲୀଳା ଚରିତ୍ରରେ ଅଭିନୟ କରିବେ ବିଜେପି ସାଂସଦ ଓ ବଲିଉଡ କଳାକାର । ଚଳିତ ବର୍ଷ ଦଶହରାରେ ଅଯୋଧ୍ୟାରେ ଅନୁଷ୍ଠିତ ହେବ ରାମଲୀଳା । ଏଥିରେ ରାମାୟଣର ପ୍ରତିଟି ଚରିତ୍ରରେ ଅଭିନୟ କରିବେ ବିଜେପିର ଏକାଧିକ ସାଂସଦ ଓ ବଲିଉଡର ନାମୀ କଳାକାର ।

ନିର୍ମାଣଧିନ ଶ୍ରୀରାମ ମନ୍ଦିର ଠାରୁ ଦେଢ କିଲୋମିଟର ଦୂରରେ ଥିବା ଲକ୍ଷ୍ମଣ କିଲାରେ ଏହା ମଂଚସ୍ଥ ହେବ ବୋଲି ଦୈନିକ ସମ୍ବାଦ ‘ଦି ଇଣ୍ଡିିଆନ ଏକ୍ସପ୍ରେସ’ରେ ପ୍ରକାଶ ପାଇଛି । ସୂଚନା ମୁତାବକ, ରାମଲୀଳା ଅକ୍ଟୋବର ୬ରୁ ୧୫ ତାରିଖ ଯାଏଁ ଅନୁଷ୍ଠିତ ହେବ । ଏହାକୁ ବିଭିନ୍ନ ଚ୍ୟାନେଲରେ ପ୍ରସାରଣ ମଧ୍ୟ କରାଯିବ । ଉତ୍ତରପୂର୍ବ ଦିଲ୍ଲୀର ସାଂସଦ ମନୋଜ ତିୱାରୀ ରାମାୟଣର ଏକାଧିକ ଚରିତ୍ରରେ ଅବତୀର୍ଣ୍ଣ ହେବେ । ସେହିପରି ପର୍ଶୁରାମଙ୍କ ଚରିତ୍ରରେ ଦେଖାଦେବେ ଗୋରଖପୁର ସାଂସଦ ତଥା ଅଭିନେତା ରବି କିଶନ, ନାରଦ ହେବେ ବଲିଉଡ୍ ଅଭିନେତା ଆସ୍ରାନି ଓ ଭେଟେରାନ୍ ଆକ୍ଟର ଶକ୍ତି କପୁର କରିବେ ଅହିରାବଣ ଚରିତ୍ର । ହନୁମାନଙ୍କ ଚରିତ୍ରରେ ଓହ୍ଲାଇବେ ସ୍ୱର୍ଗତ ଦାରାସିଂଙ୍କ ପୁଅ ବିନ୍ଦୁ ଦାରା ସିଂ ଓ କୁମ୍ଭକର୍ଣ୍ଣ ଚରିତ୍ର କରିବେ ରଜା ମୁରାଦ୍ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି