Masthead

ଭତ୍ତା ଅପେକ୍ଷାରେ ୪୩୮ ବରିଷ୍ଠ ନାଗରିକ, ସରକାରୀ ଯୋଜନାର ଇଏ ହେଉଛି ସତ

କୋରାପୁଟ(ବଡ଼ ଖବର ବ୍ୟୁରୋ): ବରିଷ୍ଠ ନାଗରିକ ସମାଜର ଦିଗ୍ଦ ର୍ଶକ । ସେମାନଙ୍କୁ ଅବହେଳା ନ କରି ଉଚିତ୍‍ ନ୍ୟାୟ ଦେଉ ନାହିଁ କୋରାପୁଟ ଜିଲ୍ଲା ପ୍ରଶାସନ । ମାସ ଶେଷ ହୋଇଯାଇଥିଲେ ମଧ୍ୟ କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକର ୪୩୮ ବୃଦ୍ଧବୃଦ୍ଧାଙ୍କୁ ଭତ୍ତା ଦିଆଯାଇନି। ପ୍ରତିଦିନ ସେମାନେ ୭ ରୁ ୮ କିଲୋମିଟର ଚାଲି ଚାଲି ଆସି ଲମତାପୁଟ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚୁଛନ୍ତି । ଦିନ ତମାମ ଭୋକ ଉପାସରେ ରହି ସନ୍ଧ୍ୟାରେ ନିରାଶ ହୋଇ ଘରକୁ ଫେରୁଛନ୍ତି ।

ପ୍ରଶାସନର ଏଭଳି ଅବହେଳା ବରିଷ୍ଠ ନାଗରିକଙ୍କ ପ୍ରତି ଉପହାସ ନୁହେଁ ତ ଆଉ କ’ଣ? କେଉଁ କାରଣରୁ ୪୩୮ ବୃଦ୍ଧବୃଦ୍ଧାଙ୍କୁ ଏଯାଏଁ ଭତ୍ତା ଦିଆଯାଇନି? ଏ ସମ୍ପର୍କରେ ଆମେ ପିଇଓ ରବି ପଟ୍ଟନାୟକ ଙ୍କୁ ପଚରିଥିଲୁ। ସେ କହିଛନ୍ତି ପୂର୍ବତନ ପିଇଓ ଶ୍ରୀନିବାସ ପଟ୍ଟନାୟକ ତାଙ୍କୁ ଏ ପର୍ଯ୍ୟନ୍ତ ଦାୟିତ୍ଵ ହସ୍ତାନ୍ତର କରି ନାହାନ୍ତି। ତେଣୁ ଭତ୍ତା ଟଙ୍କା ଦେବାରେ ବାଧା ସୃଷ୍ଟି ହୋଇଛି । ଏହି ବିଷୟରେ ସେ ବିଡିଓ ଙ୍କ ଜଣାଇଥିବା କହିଛନ୍ତି । ଏହି ଘଟଣାକୁ ବିଡିଓ ନିନ୍ଦା କରିବା ସହ ଜଘନ୍ୟ ଅପରାଧ ବୋଲି କହିଛନ୍ତି ।

ବୃଦ୍ଧବୃଦ୍ଧାଙ୍କୁ ନିର୍ଦ୍ଧାରିତ ତାରିଖରେ ଭତ୍ତା ବଣ୍ଟନ କରିବା ନିହାତି ଜରୁରୀ । ଏହି ଘଟଣା ବିଷୟରେ ସେ ଅବଗତ ନଥିବା କହିଛନ୍ତି ।ସମ୍ପୃକ୍ତ ପିଇଓ ଅଧା ଭତ୍ତା ବାଣ୍ଟିଲେ କିପରି ଏବଂ ଅଧା ଟଙ୍କା ବଣ୍ଟା ନ ଯିବା ପିଇଓଙ୍କ ଅବେହେଳା ପାଇଁ ଏହି ଘଟଣା ଘଟିଛି । ସମ୍ପୃକ୍ତ ପିଇଓ ବିରୋଧରେ କଡା କାର୍ୟ୍ୟ ନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି । ଭତ୍ତା ବଣ୍ଟନରେ ଅବହେଳା କରିଥିବା କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି । ଦାବି ହେଉଛି । ସେମାନେ ଭତ୍ତା ନ ପାଇବା ପର୍ଯ୍ୟନ୍ତ ବଡ଼ ଖବର ନିରବ ରହିବ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି