Masthead

ବାରମ୍ବାର ଘଟୁଛି ଏଭଳି କାଣ୍ଡ !

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସ୍ମାର୍ଟ ସିଟି ଭୁବନେଶ୍ୱର ପାଇଁ କାଳ ସାଜିଛି ମୁକୁଳା ଡ୍ରେନ । ଗତ ୬ ବର୍ଷ ମଧ୍ୟରେ ମୁକୁଳା ଡ୍ରେନ୍‌ ରାଜଧାନୀରେ ୫ ମୁଣ୍ଡ ନେଇ ସାରିଲାଣି । ଭୁବନେଶ୍ୱରବାସୀଙ୍କ ପାଇଁ ମରଣଯନ୍ତା ପାଲଟିଛି ମୁକୁଳା ଡେମ । ବିଭିନ୍ନ ସ୍ଥାନରେ ଡ୍ରେନ ମୁକୁଳା ପଡିବା ଫଳରେ ବାରମ୍ବାର ଏଭଳି ଅଘଟଣ ଘଟୁଛି । ହେଲେ ପ୍ରଶାସନ ଏହାକୁ ଅଣଦେଖା କରି ଆସୁଛି । ଏହା ମଧ୍ୟରେ ପୁଣି ଆଉ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଟ୍ୟୁସନ ଯାଉଥିବା ୧୫ ବର୍ଷର ଛାତ୍ର ଡ୍ରେନରେ ଭାସି ଯାଇଥିଲା । ଦୀର୍ଘ ୨୦ ଘଣ୍ଟା ଖୋଜିବା ପରେ ଶେଷରେ ଜ୍ୟୋତିର ମରଶରୀରକୁ ଅଗ୍ନିଶମ ବିଭାଗ ଉଦ୍ଧାର କରିଥିଲା । ତେବେ ଗଣ୍ଡମୁଣ୍ଡ ନାଳରେ ଘଟିଥିବା ଏହି ଅଘଟଣରେ ସାରା ରାଜ୍ୟ ସ୍ତବ୍ଧ ହୋଇଯାଇଥିଲା । ରାଜଧାନୀରେ ଏପରି ଘଟିବା କିଛି ନୂଆ କଥା ନୁହଁ । ପ୍ରଶାସନ ଜାଣିଶୁଣି ଲୋକମାନଙ୍କୁ ମରଣଯନ୍ତାକୁ ଠେଲି ଦେଉଛି କହିଲେ କିଛି ଭୁଲ ହେବ ନାହିଁ ।

କାହିଁକିନା ୬ ବର୍ଷ ମଧ୍ୟରେ ୫ ମୁଣ୍ଡ ଗଲାଣି । ତଥାପି ବିଏମସି କର୍ତ୍ତୃପକ୍ଷଙ୍କ ଚେତା ପଶୁନି । ଅନ୍ୟପଟେ ବିଏମସିର ଅବହେଳାର ଉଦାହରଣ ଅନେକ ରହିଛି । ୨୦୧୫ ମସିହାରେ ନୟାପଲ୍ଲୀ ଅଞ୍ଚଳରେ ମା’ ସହିତ ପୁଅ ସ୍କୁଲରୁ ଫେରିବାବେଳେ ନୟାପଲ୍ଲୀ ଡ୍ରେନରେ ଭାସି ମୃତ୍ୟୁବରଣ କରିଥିଲେ । ସେହିପରି ୨୦୧୭ ମସିହାରେ ଲଗାଣ ବର୍ଷା ଯୋଗୁଁ କକ ୟୁନିଟ-୬ ଅଞ୍ଚଳରେ ଡ୍ରେନରେ ଫଡ଼ି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା । ତଥାପି ବିଏମସି ଅଧିକାରୀ ଏହାକୁ ଅଣଦେଖା କରିଥିଲେ । ତେଣୁ ୨୦୧୮ ମସିହାରେ ଜଣେ ଶିଶୁ ଆଉ ଜଣେ ବୃଦ୍ଧା ମଧ୍ୟ ଡ୍ରେନରେ ଭାସି ଯାଇ ପ୍ରାଣ ହରାଇଥିଲେ । ସେହିପରି ୨୦୧୯ ମସିହାରେ କକ ନୟାପଲ୍ଲୀ ଥାନା ଅଧିନସ୍ଥ ସାଲିଆସାହି ଏକାମ୍ର ଭିଲ୍ଲା ଛକରେ ନିକଟରେ ଥିବା ଡ୍ରେନର ପାଣି ସୁଅରେ ଭାସିଯାଇ ଜଣେ ବୃଦ୍ଧ ପ୍ରାଣ ହରାଇଥିଲେ ।

ଏହା ସତ୍ତେ୍ୱ ମଧ୍ୟ ବିଏମସି ମୁଣ୍ଡରେ ଚେତା ପଶୁନାହିଁ । ସମସ୍ତ ଡ୍ରେନ ଉପରେ ସ୍ଲାବ ପକାଇବା ବାଧ୍ୟତାମୂଳକ । ତଥାପି ରାଜଧାନୀରେ ସୁପ୍ରିମକୋର୍ଟଙ୍କ ଏହି ଗାଇଡଲାଇନକୁ ଦୀର୍ଘ ଦିନ ଧରି ଅଣଦେଖା କରାଯାଉଛି । ସାମାନ୍ୟ ଅଣଦେଖା ପାଇଁ ଅମୂଲ୍ୟ ଜୀବନଟିଏ ଚାଲିଯାଉଛି । ଏହାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ୨୦୧୮ ମସିହାରେ ବିଏମସିକୁ ୧ ହଜାର କୋଟି ଟଙ୍କା ଦେଇଥିଲେ । ହେଲେ ଖୁଲମଖୁଲା ନିୟମକୁ ଭଙ୍ଗ କରୁଛି ବିଏମସି । ଏନେଇ ନା କୌଣସି କାର୍ଯ୍ୟାନୁଷ୍ଠାନ ହେଉଛି ? ନା ଏଭଳି ଘଟଣାର ପୁନରାବୃତ୍ତି ନହେଉ ବୋଲି କୌଣସି ପଦକ୍ଷେପ ନିଆଯାଉଛି ? କେଉଁଠି ନା କେଉଁଠି ବିଏମସି ସହିତ ରାଜ୍ୟସରକାର ମଧ୍ୟ ଏହାକୁ ଅଣଦେଖା କରୁଛନ୍ତି । ବର୍ତ୍ତମାନ ଦେଖିବାର ବିଷୟ ଏହାର ସମାଧାନ ରାଜ୍ୟ ସରକାର କେବେ କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି