Masthead

ବିକୃତ ମୂର୍ତ୍ତି ନିର୍ମାଣ କଲେ ଧରିବ ପୋଲିସ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଗକୁ ଗଣେଶ ପୂଜା । ଚଳଚଞ୍ଚଳ ପୁରଠୁ ପଲ୍ଲୀ । ମୂର୍ତ୍ତି ନିର୍ମାଣରେ ଲାଗିଛନ୍ତି କାରିଗର । ବିଭିନ୍ନ ଡିଜାଇନର ମୂର୍ତ୍ତି ତିଆରୀ କରୁଛନ୍ତି । ତେବେ ଏବେ ସାମ୍ନାକୁ ଆସିଛି ବଡ଼ ଖବର । ଏଣିକି ଗଣେଶଙ୍କ ବିକୃତ ମୂର୍ତ୍ତି ନିର୍ମାଣ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। କଟକରେ ଗଣେଶ ପୂଜା ପ୍ରସ୍ତୁତି ବୈଠକରେ କିଛି ଏଭଳି ସୂଚନା ଦେଇଛନ୍ତି ପୋଲିସ୍ କମିଶନର ସଞ୍ଜୀବ ପଣ୍ଡା। କଟକ ସାରଳା ଭବନରେ କମିଶନରେଟ ପୋଲିସ ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି ବୈଠକ ସରିଛି।

ଶାନ୍ତି କମିଟି, ମହାନଗର ପୂଜା କମିଟି ଏବଂ ବିଭିନ୍ନ କର୍ମକର୍ତ୍ତାଙ୍କୁ ନେଇ ଆଲୋଚନା ହୋଇଛି। ଚଳିତ ପୂଜାରେ ଗଣେଶ ମୂର୍ତ୍ତି ଯେପରି ବିକୃତ ନହୁଏ ସେଥିପ୍ରତି ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ପୋଲିସ କମିଶନର। ଯଦି କୌଣସି କ୍ଲବ କିମ୍ବା ଅନୁଷ୍ଠାନ ମୂର୍ତ୍ତି କୁ ବିକୃତ କରନ୍ତି ତେବେ ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ହେବ ବୋଲି ଦୋହରାଇଛନ୍ତି। ତାସହ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଶଦ୍ଦ ପ୍ରଦୂଷଣ ଯେପରି ନ ହେବ, ସାଉଣ୍ଡ ଲିମିଟ ଅନୁଯାୟୀ ବକ୍ସ ବଜାଇବେ ବୋଲି କହିଛନ୍ତି ପୋଲିସ୍ କମିଶନର୍।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି