Masthead

ଆର୍‌ବିଆଇକୁ ଆସିଲା ଧମକପୂର୍ଣ୍ଣ କଲ୍‌

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଭାରତୀୟ ରିଜର୍ଭ ବ୍ୟାଙ୍କ ତଥା ଆର୍‌ବିଆଇକୁ ମିଳିଲା ଧମକ। ଆତଙ୍କବାଦୀ ସଙ୍ଗଠନ ଲସ୍କର ନାଁରେ ମୁମ୍ବାଇର ଆର୍‌ବିଆଇ ବ୍ୟାଙ୍କର କଷ୍ଟମର କେୟାରକୁ କେହି ଜଣେ ବ୍ୟକ୍ତି ଫୋନ୍‌ କରି ଧମକ ଦେଇଛନ୍ତି। ଏହାକୁ ନେଇ ଏବେ ଚାରିଆଡେ ଆତଙ୍କ ଖେଳି ଯାଇଛି। ଏହି ଧମକପୂର୍ଣ୍ଣ କଲ୍‌ ଆସିବା ପରେ ମୁମ୍ବାଇ ପୁଲିସ ଏକ ମାମଲା ରୁଜୁ କରିଛି । ବ୍ୟାଙ୍କର ଗ୍ରାହକ ସେବା(କଷ୍ଟମର କେୟାର) ନମ୍ବରକୁ ଜଣେ ଫୋନ୍‌ କରି ନିଜକୁ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଇବାର ସିଇଓ ବୋଲି ପରିଚୟ ଦେଇଥିଲେ। ଶନିବାର ସକାଳ ୧୦ଟାରେ ଏହି ଫୋନ୍‌ ଆସିଥିବା ଜଣାପଡ଼ିଛି। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଅପରପକ୍ଷେ ପୋଲିସ ଘଟଣାକୁ ଗମ୍ଭୀରତା ସହ ନେଇ ତଦନ୍ତ ଆରମ୍ଭ କରିଛି।

ଏନେଇ ମାତା ରାମାବାଇ ମାର୍ଗ ଥାନାରେ ମାମଲା ରୁଜୁ ହୋଇଛି। କେହି ମଜାରେ ଏଭଳି ଫୋନ କରିଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରୁଥିଲେ ହେଁ କଲ୍‌ କରିଥିବା ବ୍ୟକ୍ତିଙ୍କୁ ଖୋଜୁଛି। ଆର୍‌ବିଆଇକୁ ଏଭଳି ଧମକପୂର୍ଣ୍ଣ କଲ୍‌ ମିଳିବା ନୂଆ କଥା ନୁହେଁ। ଗତ ୨ ମାସ ମଧ୍ୟରେ ଏଭଳି କଲ୍‌କୁ ନେଇ ଅନେକ ମାମଲା ରୁଜୁ ହୋଇଛି। ଦେଶର ଅନେକ ବିମାନବନ୍ଦର, ସ୍କୁଲ ଏବଂ ଅନ୍ୟାନ୍ୟ ସ୍ଥାନକୁ ଧମକପୂର୍ଣ୍ଣ କଲ୍‌ କରାଯାଉଛି। ଏପରିକି ବୋମାରେ ଉଡାଇ ଦେବାକୁ ଧମକ ଦେଉଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା 🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା