Masthead

‘ବିଜୟୀ ନହେବା ଯାଏଁ ଏ ଯୁଦ୍ଧ ଚାଲୁ ରହିବ’ 

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):   ପାଲେଷ୍ଟାଇନର ଗାଜାରେ ଚାଲିଥିବା ହମାସ ଆତଙ୍କବାଦୀ ବିରୋଧୀ ଯୁଦ୍ଧକୁ ବିଶ୍ବର କୌଣସି ଶକ୍ତି ଓ ସଂଗଠନ ରୋକିପାରିବ ନାହିଁ ବୋଲି କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ। ଗାଜାରେ ଚାଲିଥିବା ଯୁଦ୍ଧକୁ ତୁରନ୍ତ ବନ୍ଦ କରିବା ଲାଗି ଜାତିସଂଘରେ ପ୍ରସ୍ତାବ ଗୃହୀତ ହେବାର ଦିନକ ପରେ ନେତାନ୍ୟାହୁ ଏହା କହିଛନ୍ତି। ଗୁରୁବାର ନେତାନ୍ୟାହୁ କହିଛନ୍ତି ଯେ ଆନ୍ତର୍ଜାତିକ ସମୁଦାୟର ଚାପ ସତ୍ତ୍ବେ ଗାଜାରେ କୌଣସି ପ୍ରକାର ଅସ୍ତ୍ରବିରତି କାର୍ଯ୍ୟକାରୀ ହେବ ନାହିଁ।

ଯୁଦ୍ଧରେ ବିଜୟୀ ହେବା ପର୍ଯ୍ୟନ୍ତ ଏହା ଚାଲୁ ରହିବ। ଗାଜାରେ ଇସ୍ରାଏଲ ଚଳାଇଥିବା ଯୁଦ୍ଧକୁ ବନ୍ଦ କରିବା ଲାଗି ଇଜିପ୍ଟ ଓ ମରିଟାନିଆ ପକ୍ଷରୁ ଜାତିସଂଘରେ ମଙ୍ଗଳବାର ପ୍ରସ୍ତାବ ଆଗତ କରାଯାଇଥିଲା। ଏହି ପ୍ରସ୍ତାବକୁ ଭାରତ ସମେତ ୧୫୩ ରାଷ୍ଟ୍ର ସମର୍ଥନ କରିଥିବାବେଳେ ୧୦ଟି ରାଷ୍ଟ୍ର ପ୍ରସ୍ତାବ ବିରୋଧରେ ଭୋଟ ଦେଇଥିଲେ। ୨୩ ରାଷ୍ଟ୍ର ଭୋଟ ଦେବାରୁ ବିରତ ରହିଥିଲେ। ଅନ୍ୟପଟେରେ ଗାଜାରେ ଇସ୍ରାଏଲ ସ୍ଥଳମାର୍ଗରେ ଚଳାଇଥିବା ଆକ୍ରମଣକୁ ବଡ ଧକ୍କା ଲାଗିଛି। ବୁଧବାର ହମାସ ଆତଙ୍କବାଦୀଙ୍କ ଅତର୍କିତ ଆକ୍ରମଣରେ ଇସ୍ରାଏଲର ୯ଜଣ ସୈନିକ ପ୍ରାଣ ହରାଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି