Masthead

ଲାଉଗୁଡ଼ା ଗ୍ରାମବାସୀଙ୍କ ଧମକ, ଆନ୍ଧ୍ରରେ ମିଶିବୁ

ରାମନାଗୁଡ଼ା (ବଡ଼ ଖବର ବ୍ୟୁରୋ): ସମାଧାନ ହେଉନି ଆନ୍ଧ୍ର-ଓଡ଼ିଶା ସୀମା ବିବାଦ । ଆନ୍ଧ୍ର କେତେବେଳେ ପାଣି ତ କେତେବେଳେ ବାଲି ଓଡ଼ିଶାରୁ ଚାଲାଣ କରୁଛି । ଆଉ ଏବେ ଓଡିଶା ଜମିକୁ ନିଜ ଅକ୍ତିଆରକୁ ନେଇଥିବା ରାୟଗଡା ଜିଲ୍ଲା ରାମନାଗୁଡା ବ୍ଳକ ଲାଉଗୁଡା ଗାଁ ଲୋକ ଅଭିଯୋଗ କରିଛନ୍ତି । ଲାଉଗୁଡା ଗାଁର ଜଣେ ଲୋକ ଉଭୟ ଆନ୍ଧ୍ର ଓ ଓଡିଶାର ଆଧାର କାର୍ଡ , ରାସନ କାର୍ଡ ହାତେଇଛନ୍ତି । ଗାଁକୁ ରାସ୍ତା ନାହିଁ । ମନରେଗାରେ ପ୍ରାପ୍ୟ ମିଳୁନି । ଆବାସ ଯୋଜନାରେ ଘର ମିଳୁନି । ଓଡିଶା ଜମି ଆନ୍ଧ୍ର ଲୋକଙ୍କ କବଜାରେ ଦୀର୍ଘଦିନ ହେବ ରହିଛି । ସ୍କୁଲ ପିଲାମାନଙ୍କୁ ସୁବିଧା ମିଳୁନାହିଁ ।

ମାତ୍ର ଜଣେ ଲୋକଙ୍କ ସମାନ ନମ୍ବରର ଦୁଇଟି ରାଜ୍ୟର ଦୁଇଟି ଆଧାରକାର୍ଡ , ଦୁଇଟି ରାଜ୍ୟର ଦୁଇଟି ରାସନକାର୍ଡ। କିନ୍ତୁ ନାମ ଦୁଇଟି ରାଜ୍ୟରେ ଅଲଗା ଅଲଗା । ଓଡିଶାରେ ଶରତ କୁମାର ଶବର ଥିବାବେଳେ ଆନ୍ଧ୍ରରେ ମାଠାଙ୍ଗି ମାଣିକ୍ୟାମ ରହିଛି । ସେହି ଗାଁର ଆଉ ଜଣେ ପରିବାର ଅର୍ଜୁନ ଶବରଙ୍କୁ ଆନ୍ଧ୍ର ପକ୍ଷରୁ ତାଙ୍କ ପରିବାର ସଦସ୍ୟଙ୍କ ନାମ ଥାଇ ଏକ ପରିଚୟପତ୍ର ମଧ୍ୟ ମିଳିଛି । ମୁଖ୍ୟ ସମସ୍ୟା ଅଞ୍ଚଳର ଜମି ଆନ୍ଧ୍ର ଲୋକଙ୍କ ଅକ୍ତିଆରରେ ରହିଛି । ଆଉ ବିବାଦ ମଧ୍ୟ ବହୁ ପୁରୁଣା । ବହୁବାର ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଅଭିଯୋଗ ପରେ ସମସ୍ୟାର ସମାଧାନ ହୋଇନାହିଁ।

ଓଡ଼ିଶାର ଲାଉଗୁଡା ଗାଁ ଆନ୍ଧ୍ର ସୀମାନ୍ତକୁ ଲାଗିରହିଛି । ବିଭିନ୍ନ ସମୟରେ ଫସଲ ବିକ୍ରି କରିବା ପାଇଁ ଲୋକ ଆନ୍ଧ୍ର ଉପରେ ନିର୍ଭର କରନ୍ତି । ଅଞ୍ଚଳର ବିକାଶ ସହ ଜମି ସମସ୍ୟାର ସମାଧାନ ନହେଲେ ଆନ୍ଧ୍ରରେ ମିଶିବେ ବୋଲି ଗାଁ ଲୋକ ଚେତାବନୀ ଦେଇଛନ୍ତି । ଏପଟେ ଗାଁକୁ ପକ୍କା ରାସ୍ତା ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦିଆଯାଇଛି ବୋଲି ସରପଞ୍ଚ କହିଛନ୍ତି । ତଥାପି ଆନ୍ଧ୍ରର କବଜା ଯୋଗୁ ଲୋକେ ଭୂମିହୀନ ହୋଇଛନ୍ତି । ଲାଗିରହିଥିବା ସମସ୍ୟାର ସମାଧାନ ଓଡ଼ିଶା ପ୍ରଶାସନ ସ କିପରି କରିବ ତାହା ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ