Masthead

ଆଜି ଆଇପିଏଲରେ ଦିଲ୍ଲୀ -କୋଲକାତା ଟକ୍କର

ଦୁବାଇ (ବଡ଼ ଖବର ବ୍ୟୁରୋ) :ଆଇପିଏଲର ତ୍ରୟୋଦଶ ସିଜନର ୧୬ତମ ମ୍ୟାଚରେ ଆଜି ମୁହାଁମୁହିଁ ହେବେ କୋଲକାତା ନାଇଟରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ । ଉଭୟ ଦଳ ଆଜି ସେମାନଙ୍କର ଚତୁର୍ଥ ମ୍ୟାଚ ଦୁବାଇର ଶାରଜାହ ଷ୍ଟାଡିୟମରେ ଖେଳିବେ । ପୂର୍ବରୁ ଏହି ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚରେ ଛକା ଓ ଚଉକା ବର୍ଷା ହେଉଥିଲା । ତେଣୁ ଏହି ମ୍ୟାଚରେ ଆଣ୍ଡ୍ର୍ୟୁ ରସେଲ ଓ ଋଷଭ ପନ୍ତଙ୍କ ଉପରେ ଦର୍ଶକଙ୍କ ନଜର ରହିବ ।
ଉଭୟ ଦଳ ଏବେସୁଦ୍ଧା ୨୩ଟି ମୁକାବିଲା ଖେଳିଛନ୍ତି । ଏହାମଧ୍ୟରୁ କୋଲକାତା ୧୩ଟି ଓ ଦିଲ୍ଲୀ ୧୦ଟି ମ୍ୟାଚ୍ ଜିତିଛି । ଉଭୟ ଦଳର ଖେଳାଳିମାନେ ବଡ ସଟ୍ ଖେଳିବାରେ ମାହିର । ତେବେ ଶାରଜାହ ଷ୍ଟାଡିୟମରେ ହୋଇଥିବା ମୁକାବିଲାରେ ଏବେସୁଦ୍ଧା ୬୨ଟି ଛକା ଲାଗି ସାରିଛି ।ଆଜିର ମ୍ୟାଚରେ ମଧ୍ୟ ଉଭୟ ଦଳ ବଡ ଇନିଂସ ଖେଳିବେ ବୋଲି ଆଶା କରାଯାଉଛି । ବର୍ତ୍ତମାନ ପଏଣ୍ଟେ ଟେବୁଲରେ ଦିଲ୍ଲୀ କ୍ୟାପିଟାଲ୍ସ ଦ୍ୱିତୀୟରେ ଥିବା ବେଳେ କୋଲକାତା ନାଇଟରାଇଡର୍ସ ତୃତୀୟ ସ୍ଥାନରେ ଅଛି । ଉଭୟ ଦଳ ପଏଣ୍ଟେ ଟେବୁଲରେ ପ୍ରଥମ ସ୍ଥାନକୁ ଯିବା ପାଇଁ ଏହି ମ୍ୟାଚକୁ ଜିତିବାକୁ ଚେଷ୍ଟା କରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି