Masthead

ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ!

ପୁରୀ (ବଡ଼ ଖବର ବ୍ୟୁରୋ): ଶ୍ରୀମନ୍ଦିର ଭାଙ୍ଗିବାକୁ ଧମକ । ଆତଙ୍କବାଦୀ ଶ୍ରୀମନ୍ଦିର ଭାଙ୍ଗିବା ନେଇ ଧମକପୂର୍ଣ୍ଣ ଲେଖା । ପରିକ୍ରମା ମାର୍ଗ କାନ୍ଥରେ ଧମକପୂର୍ଣ୍ଣ ଲେଖା । ମନ୍ଦିର ଭାଙ୍ଗିବାକୁ ଦୁଇଟି ସ୍ଥାନରେ ଲେଖା ହୋଇଛି ଧମକପୂର୍ଣ୍ଣ ଲେଖା । କଡ଼ା ସୁରକ୍ଷା ବଳୟ ଭିତରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ । ପରିକ୍ରମା ମାର୍ଗ ବାଲିସାହି ପ୍ରବେଶ ପଥର ଏକ ମନ୍ଦିର କାନ୍ଥରେ ଧମକପୂର୍ଣ୍ଣ ଲେଖା । ଆତଙ୍କବାଦୀ ଆକ୍ରମଣ ନେଇ ଦୁଇଟି ସ୍ଥାନରେ ଧମକପୂର୍ଣ୍ଣ ଲେଖା । ସେପଟେ ପରିକ୍ରମା ମାର୍ଗରେ ଲାଗିଥିବା ଏକାଧିକ ଡେକୋରେଟିଭ୍ ଲାଇଟ୍‌ ମଧ୍ୟ ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ । ଶ୍ରୀମନ୍ଦିରକୁ ଏଭଳି ଧମକପୂର୍ଣ୍ଣ ଲେଖା ଆସିବା ପରେ ମନ୍ଦିର ସୁରକ୍ଷା ନେଇ ଉଠିଛି ପ୍ରଶ୍ନବାଚୀ ।

କଡ଼ା ସୁରକ୍ଷା ବଳୟରେ ଥାଇ ବି ବାରମ୍ୱାର ପ୍ରଶ୍ନ ଉଠୁଛି । କେତେବେଳେ ଡ୍ରୋନ ଉଡୁଛି ତ ଆଉ କେତେବେଳେ ଧମକ । ଏହାରି ଭିତରେ ଶ୍ରୀମନ୍ଦିର ଆତଙ୍କୀ ହମଲା ନେଇ ଆସିଛି ଧମକ୍ । ଏଥିରେ ଲେଖାଯାଇଛି ମନ୍ଦିର ଭାଙ୍ଗିବ ଆତଙ୍କବାଦୀ। ଏହା ସହ ଫୋନ୍ ନମ୍ବର ମଧ୍ୟ ଦିଆଯାଇଛି। ଫୋନ୍ କର, ନକଲେ ମହାତାଣ୍ଡବ ବୋଲି ଲେଖାଯାଇଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ନାଁ ମଧ୍ୟ ପରିକ୍ରମା ମାର୍ଗରେ ଉଲ୍ଲେଖ କରାଯାଇଛି । ତେବେ ଏହି ଲେଖା କାହିଁକି ଲେଖିଛି ତାହା ଜଣାପଡିଛି । ସେପଟେ ଏପରି ଘଟଣା ଜଣାପଡିବା ପରେ ବଢିଛି ସୁରକ୍ଷା । ପୋଲିସ ପ୍ରଶାସନ ଆଲର୍ଟ ମୋଡରେ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ