ଆଜି ଶ୍ରୀମନ୍ଦିର ପାଇଁ ଗୁରୁତ୍ୱପୂର୍ଣ୍ଣ ତିଥି

ପୁରୀ(ବଡ଼ ଖବର ବ୍ୟୁରୋ): କୋଟି ଓଡ଼ିଆଙ୍କ ମଉଡ଼ମଣି, ଆବେଗର ଠାକୁର । ପ୍ରତି ଓଡ଼ିଆ ଘରର ମୁରବି । ଯାହାଙ୍କୁ ନେଇ ଗର୍ବ କରେ ଓଡ଼ିଆ । ଯାହାଙ୍କୁ ନେଇ ଓଡ଼ିଶା ଓ ଓଡ଼ିଆ ଜାତିର ପରିଚୟ । ସେ କଳିଙ୍ଗ ସମ୍ରାଟ । ଓଡ଼ିଆର ଜୀବନ ଧନ, ଆପଣାର ଠାକୁର ସେ । ସେହି ବିଶ୍ୱନିୟନ୍ତା, ଜଗତର ନାଥ ଜଗନ୍ନାଥଙ୍କ ଆସ୍ଥାନ ହେଉଛି ଶ୍ରୀମନ୍ଦିର । ଆଜି ହେଉଛି ପବିତ୍ର ନୀଳାଦ୍ରି ମହୋଦୟାଷ୍ଟମୀ । ଏହି ତିଥି ପ୍ରତିଟି ଜଗନ୍ନାଥପ୍ରେମୀଙ୍କ ପାଇଁ ଅତ୍ୟନ୍ତ ପବିତ୍ର । କାହଁକି ନା ଏହି ଦିନ ପ୍ରତିଷ୍ଠା ହୋଇଥିଲା ଶ୍ରୀମନ୍ଦିର । କିମ୍ବଦନ୍ତୀ କହେ, ଶ୍ରୀମନ୍ଦିରର ପ୍ରତିଷ୍ଠା କରାଇଥିଲେ ମହାରାଜା ଇନ୍ଦ୍ରଦ୍ୟୁମ୍ନ । ଏହି କାର୍ଯ୍ୟ ସମ୍ପାଦନା କରିଥିଲେ ସ୍ୱୟଂ ସୃଷ୍ଟିକର୍ତ୍ତା ବ୍ରହ୍ମା । ଶ୍ରୀମନ୍ଦିର ଓ ଶ୍ରୀବିଗ୍ରହର ପୁଣ୍ୟ ପ୍ରତିଷ୍ଠା କରାଇଥିଲେ ।

ଏହି କାର୍ଯ୍ୟ ପରେ ଭଗବାନ ମହାରାଜା ଇନ୍ଦ୍ରଦ୍ୟମ୍ନଙ୍କୁ ବର ମାଗିବାକୁ କହିଥିଲେ । ଇନ୍ଦ୍ରଦ୍ୟୁମ୍ନ ଯାହା ମାଗିଥିଲେ, ତାହା ପ୍ରତିଟି ଉକ୍ରଳୀୟର ମହାନତାକୁ ପ୍ରତିପାଦିତ କରେ । ଈଶ୍ୱରଙ୍କଠାରୁ ବରରେ ନିର୍ବଂଶ ହେବାର ଅଭିଶାପ ମାଗି ଦେଇଥିଲେ ଇନ୍ଦ୍ରଦ୍ୟୁମ୍ନ । ତାଙ୍କ ପରେ କେହି ବି ଯେମିତି ନ କହୁ, ଶ୍ରୀମନ୍ଦିର ତାଙ୍କର ପୂର୍ବଜ ସ୍ଥାପନା କରିଛନ୍ତି । ଏହା ହେଉଛି ଜଗନ୍ନାଥ ସଂସ୍କୃତି ଓ ଦର୍ଶନର ବିଶାଳତା । ଆଜି ହେଉଛି ସେହି ପୁଣ୍ୟ ଦିବସ । ଏହା ସହ ସଂଯୋଗ ହେଉଛି ଆଜି ମହାଲକ୍ଷ୍ମୀଙ୍କ ବାର ଗୁରୁବାର । ଶ୍ରୀ ଅର୍ଥାତ ଲକ୍ଷ୍ମୀ, ଆଉ ଶ୍ରୀମନ୍ଦିର ମାନେ ମହାଲକ୍ଷ୍ମୀଙ୍କ ମନ୍ଦିର । ଯେଉଁଠି ବିରାଜମାନ ଚତୁର୍ଦ୍ଧମୂର୍ତ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ