Masthead

ଲୋକଙ୍କ ହୃଦୟରେ ଟିଏମସି: ମମତା ବାନାର୍ଜୀ

କୋଲକାତା (ବଡ଼ ଖବର ବ୍ୟୁରୋ): ବ୍ୟାପକ ହିଂସା ମଧ୍ୟରେ ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ଚାଲିଛି ଭୋଟ ଗଣତି । ମଙ୍ଗଳବାର ପଞ୍ଚାୟତ ନିର୍ବାଚନରେ ଟିଏମ୍ସି ବଡ଼ ବିଜୟ ହାସଲ କରିବାକୁ ଯାଉଛି। ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପଶ୍ଚିମବଙ୍ଗବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମମତା ଏକ ଟ୍ୱିଟ କରି କହିଛନ୍ତି ତୃଣମୂଳ କଂଗ୍ରେସ ପ୍ରତି ଥିବା ପ୍ରେମ, ସ୍ନେହ ଏବଂ ସମର୍ଥନ ପାଇଁ ମୁଁ ଲୋକମାନଙ୍କୁ ଧନ୍ୟବାଦ ଜଣାଉଛି ଜ୍ଝ ଏହି ନିର୍ବାଚନ ପ୍ରମାଣିତ କରିଛି ଯେ କେବଳ ଟିଏମସି ରାଜ୍ୟବାସୀଙ୍କ ହୃଦୟରେ ରହିଛି ।

ନିର୍ବାଚନର ଫଳାଫଳ ପାଇଁ ଜୁଲାଇ ୧୧ ସକାଳ ୮ଟାରୁ ଭୋଟ ଗଣନା ଆରମ୍ଭ ହୋଇଥିଲା, ଯାହା ଏବେବି ଜାରି ରହିଛ। ମଙ୍ଗଳବାର ରାତି ୧୧.୩୦ପର୍ଯ୍ୟନ୍ତ ଗ୍ରାମ ପଞ୍ଚାୟତର ୬୩,୨୨୯ଟି ସିଟ୍ ମଧ୍ୟରୁ ଟିଏମ୍ସି ୩୦,୩୯୧ଟି ସିଟ ସୁରକ୍ଷିତ କରିଛି। ଯେଉଁଠାରେ ବିଜେପି କେବଳ ୮,୨୩୯ଟି ଆସନ ହାସଲ କରିଛି। ଟିଏମ୍ସି ୧,୭୬୭ଟି ଆସନରେ ଆଗୁଆ ଥିବାବେଳେ ଭାଜପା ମାତ୍ର ୪୪୭ଟି ଆସନରେ ଆଗରେ ରହିଛି। ସିପିଆଇ (ଏମ) ଏ ପର୍ଯ୍ୟନ୍ତ ମାତ୍ର ୨୫୩୪ସିଟ ଜିତିବାରେ ସକ୍ଷମ ହୋଇଛି ଏବଂ କଂଗ୍ରେସ ମାତ୍ର ୨,୧୫୮ ଟି ସିଟ ଜିତିବାରେ ସକ୍ଷମ ହୋଇଛି। ସିପିଆଇ (ଏମ) ୨୩୭ଟି ଆସନରେ ଆଗୁଆ ଥିବାବେଳେ କଂଗ୍ରେସ କେବଳ ୧୫୧ ଟି ଆସନରେ ଆଗୁଆ ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି