Before Header

ବଜ୍ରାଘାତରେ ମହିଳା ମୃତ

0 177

ନରସିଂହପୁର (ବଡ଼ ଖବର ବ୍ୟୁରୋ): ବଜ୍ରାଘାତରେ ମହିଳା ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନରସିଂହପୁର ଥାନା ଘଣ୍ଟପଡା ଗ୍ରାମରେ । ମୃତକ ହେଲେ ପ୍ରମିଳା ମୁଖୀ। ପ୍ରମିଳା ସକାଳୁ ସକାଳୁ ଗ୍ରାମ ପାଖ ଜଙ୍ଗଲକୁ ଗ୍ରାମର ଅନ୍ୟ ମହିଳାଙ୍କ ସହିତ ମିଶି କେନ୍ଦୁପତ୍ର ତୋଳିବାକୁ ଯାଇଥିଲେ। ହଠାତ ବର୍ଷା ପବନ ସାଙ୍ଗକୁ ବିଜୁଳି ଘଡଘଡି ମାରିଥିଲା। ପ୍ରମିଳା କେନ୍ଦୁପତ୍ର ତୋଳୁଥିବା ବେଳେ ବଜ୍ରପାତ ହେବାରୁ ସେ ସେଠାରେ ଖସି ପଡ଼ିଥିଲେ।

ତାଙ୍କ ସହିତ କେନ୍ଦୁପତ୍ର ତୋଳିବାକୁ ଯାଇଥିବା ଅନ୍ୟ ମହିଳାମାନେ ଗ୍ରାମକୁ ଆସି ଖବର ଦେଇଥିଲେ । ଗ୍ରାମବାସୀମାନଙ୍କ ସହଯୋଗରେ ଆମ୍ବୁଲାନ୍ସ ଯୋଗେ ପ୍ରମିଳାଙ୍କୁ ନରସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବିଜୁଳି ପ୍ରମିଳାଙ୍କ ବେକ ଓ ଛାତିରେ ବାଜିଥିବା ଜଣାପଡିଛି ।

Leave A Reply

Your email address will not be published.