Masthead

ବିଦ୍ୟୁତ ଆଘାତରେ ନାବାଳକ ମୃତ, ପ୍ରତିବାଦରେ ରାସ୍ତା ଅବରୋଧ

ବରୀ (ବଡ଼ ଖବର ବ୍ୟୁରୋ): ଜଣେ ନାବାଳକର ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛି । ଏହା ପ୍ରତିବାଦରେ ଶହ ଶହ ଲୋକ ଟାୟାର ଜାଳି ବରୀ-ବରୁଆଁ ରାସ୍ତାକୁ ଅବରୋଧ କରିଛନ୍ତି । ଫଳରେ ରାସ୍ତାର ଉଭୟ ପଟରେ ଶହ ଶହ ଗାଡି ଅଟକି ରହିଛି । ସୂଚନା ଅନୁଯାୟୀ ବରୀ ବ୍ଲକ ବାଇଁଶିରିଆ ପଞ୍ଚାୟତ ଦୋଳମଣ୍ଡପ ସାହିର ଜଗନ୍ନାଥ ପୃଷ୍ଟି ଓ ତାଙ୍କ ପତ୍ନୀ ଘରେ ନଥିଲା ବେଳେ ଜଣେ ବିଦ୍ୟୁତ କର୍ମଚାରୀ ଜଗନ୍ନାଥଙ୍କ ଘରକୁ ଯାଇ ଇନଭର୍ଟର ଖୋଲିବାକୁ କହିଥିଲେ ।

ବିଦ୍ୟୁତ କର୍ମଚାରୀଙ୍କ କଥାରେ ଜଗନ୍ନାଥଙ୍କ ଏକମାତ୍ର ପୁତ୍ର ନରେନ୍ଦ୍ର ଇନଭର୍ଟର ଖୋଲିବାକୁ ଯାଇଥିଲା ବେଳେ ସେ ବିଦ୍ୟୁତ ତାରରେ ଲାଗି ଯାଇଥିଲେ । ଅଭିଯୋଗ ଅନୁଯାୟୀ ବିଦ୍ୟୁତ କର୍ମଚାରୀ ତାଙ୍କୁ ଉଦ୍ଧାର କରିନଥିଲେ । ଏହା ପରେ ଗ୍ରାମବାସୀ ନାବାଳକ ଜଣକୁ ଉଦ୍ଧାର କରି ପ୍ରଥମେ ବରୀ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଯାଜପୁର ନେଇଥିଲେ ।

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ପ୍ରଚାରିତ ହେଲା ପରେ ଗ୍ରାମରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଗ୍ରାମବାସୀ ଉତ୍ୟକ୍ତ ହୋଇ ପ୍ରତିବାଦରେ ବରୀ-ବରୁଆଁ ରାସ୍ତାକୁ ଅବରୋଧ କରିଛନ୍ତି । ପୋଲିସ ଘଟଣା ସ୍ଥଳରେ ଉପସ୍ଥିତ ଥିବା ବେଳେ ଟାଟା କମ୍ପାନୀ ର କୌଣସି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ନଥିବା ଜଣାପଡ଼ିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା