ବିଦ୍ୟୁତ ଆଘାତରେ ନାବାଳକ ମୃତ, ପ୍ରତିବାଦରେ ରାସ୍ତା ଅବରୋଧ

ବରୀ (ବଡ଼ ଖବର ବ୍ୟୁରୋ): ଜଣେ ନାବାଳକର ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛି । ଏହା ପ୍ରତିବାଦରେ ଶହ ଶହ ଲୋକ ଟାୟାର ଜାଳି ବରୀ-ବରୁଆଁ ରାସ୍ତାକୁ ଅବରୋଧ କରିଛନ୍ତି । ଫଳରେ ରାସ୍ତାର ଉଭୟ ପଟରେ ଶହ ଶହ ଗାଡି ଅଟକି ରହିଛି । ସୂଚନା ଅନୁଯାୟୀ ବରୀ ବ୍ଲକ ବାଇଁଶିରିଆ ପଞ୍ଚାୟତ ଦୋଳମଣ୍ଡପ ସାହିର ଜଗନ୍ନାଥ ପୃଷ୍ଟି ଓ ତାଙ୍କ ପତ୍ନୀ ଘରେ ନଥିଲା ବେଳେ ଜଣେ ବିଦ୍ୟୁତ କର୍ମଚାରୀ ଜଗନ୍ନାଥଙ୍କ ଘରକୁ ଯାଇ ଇନଭର୍ଟର ଖୋଲିବାକୁ କହିଥିଲେ ।

ବିଦ୍ୟୁତ କର୍ମଚାରୀଙ୍କ କଥାରେ ଜଗନ୍ନାଥଙ୍କ ଏକମାତ୍ର ପୁତ୍ର ନରେନ୍ଦ୍ର ଇନଭର୍ଟର ଖୋଲିବାକୁ ଯାଇଥିଲା ବେଳେ ସେ ବିଦ୍ୟୁତ ତାରରେ ଲାଗି ଯାଇଥିଲେ । ଅଭିଯୋଗ ଅନୁଯାୟୀ ବିଦ୍ୟୁତ କର୍ମଚାରୀ ତାଙ୍କୁ ଉଦ୍ଧାର କରିନଥିଲେ । ଏହା ପରେ ଗ୍ରାମବାସୀ ନାବାଳକ ଜଣକୁ ଉଦ୍ଧାର କରି ପ୍ରଥମେ ବରୀ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଯାଜପୁର ନେଇଥିଲେ ।

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ପ୍ରଚାରିତ ହେଲା ପରେ ଗ୍ରାମରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଗ୍ରାମବାସୀ ଉତ୍ୟକ୍ତ ହୋଇ ପ୍ରତିବାଦରେ ବରୀ-ବରୁଆଁ ରାସ୍ତାକୁ ଅବରୋଧ କରିଛନ୍ତି । ପୋଲିସ ଘଟଣା ସ୍ଥଳରେ ଉପସ୍ଥିତ ଥିବା ବେଳେ ଟାଟା କମ୍ପାନୀ ର କୌଣସି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ନଥିବା ଜଣାପଡ଼ିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!