Masthead

ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ଜୟନ୍ତୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ । ପୁରା ଦେଶ ପାଳୁଛି ଆଜି ପରକ୍ରମର ଦିବସ । ନେତାଜୀଙ୍କ ସାହସ, ବୀରତ୍ୱ ଓ ଉତ୍ସର୍ଗୀକୃତ ଆଜିବି ଚିରସ୍ମରଣୀୟ । ଅନ୍ୟାୟ ବିରୋଧରେ ଲଢେଇ କରିବା, ଦେଶକୁ ଇଂରେଜ କବଳରୁ ମୁକ୍ତ କରିବାରେ ତାଙ୍କର ନାମ ଥିଲା ସର୍ବୋଚ୍ଚରେ ।

ତାଙ୍କର ସେହି ଆହ୍ୱାନ ‘ତୁମେ ମତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧିନତା ଦେବି’ ଆଜିବି ସମସ୍ତଙ୍କ ରକ୍ତକୁ ତତେଇ ଦିଏ । ଦେଶ ପ୍ରତି ବଳିଦାନ ଆଜି ବି ଇତିହାସରେ ଲିପିବଦ୍ଧ। ୧୯୪୩ ଅକ୍ଟୋବର ୨୧ରେ ସେ ଗଠନ କରିଥିଲେ ଇଣ୍ଡିଆନ ନ୍ୟାସନାଲ ଆର୍ମୀ, ଭାରତ ଆଜାଦ ହିନ୍ଦ ଫୌଜ। ରଙ୍ଗୁନ୍‌ ଦେଇ ୧୯୪୪ ମାର୍ଚ୍ଚ ୧୮ରେ ଭାରତ ମାଟିରେ ପ୍ରବେଶ କରିଥିଲା ତାଙ୍କ ଫୌଜ। ତାଙ୍କ ସେନା ଯୁଦ୍ଧା ହାରିଥିଲା କିନ୍ତୁ ଯେଉଁ ରକ୍ତ ବୋହିଥିଲା ସେଥିରୁ ଇଂରେଜ ବିରୋଧୀ ଲଢେଇକୁ ଅଧିକ ବଳ ଦେଇଥିଲା ।

ଏହି ବୀରପୁତ୍ର ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ କଟକରେ । ୧୮୯୭ ଜାନୁଆରି ୨୩ ରେ ଜନ୍ମ ଗ୍ରହଣ କରିଥିଲେ ନେତାଜୀ । ପିତା ଜାନକୀନାଥ ବୋଷ, ମାତା ପ୍ରଭାବତୀ ଦେବୀ। କଟକ ଓଡ଼ିଆବଜାର ଜାନକୀନାଥ ଭବନରେ ନେତାଜୀଙ୍କ ଶୈଶବ ଓ କିଶୋର ବୟସ କଟିଛି। ୧୯୨୧ରେ ମହାତ୍ମା ଗାନ୍ଧୀଙ୍କୁ ଭେଟିଥିଲେ ସୁଭାଷ ବୋଷ। ସେବେଠୁ ସ୍ୱାଧୀନତା ଲଢେଇରେ ସାମିଲ ହୋଇଥିଲେ ବୋଷ । ପରବର୍ତ୍ତି ସମୟରେ ଗାନ୍ଧୀଙ୍କ ଅହିଂସା ଆନ୍ଦୋଳନ ପ୍ରସଙ୍ଗରେ ମତଭେଦ ହୋଇଥିଲା। ସ୍ୱାଧୀନତା ହାସଲ ପାଇଁ ନିଜସ୍ୱ ଉଦ୍ୟମ ଆରମ୍ଭ କରିଥିଲେ।

ଭାରତର ସ୍ୱତନ୍ତ୍ରତାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସଂଗ୍ରାମୀଙ୍କ ମଧ୍ୟରେ ସେ ଜଣେ। ଏଥର ନେତାଜୀଙ୍କ ୧୨୫ତମ ଜୟନ୍ତୀ ଅବସରରେ ୨୩ ଜାନୁଆରିରେ ପରାକ୍ରମ ଦିବସ ଭାବେ ପାଳିବାକୁ ନିଷ୍ପତ୍ତି ନେଇଛନ୍ତି। ନେତାଜୀଙ୍କ ଅଦମ୍ୟ ସାହସ, ବୀରତ୍ୱ ଓ ଉତ୍ସର୍ଗୀକୃତ ଦେଶପ୍ରେମ ପାଇଁ ସେ ସର୍ବଦା ସ୍ମରଣୀୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି 🔴 ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି 🔴 ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’