Masthead

ମହାତ୍ମାଗାନ୍ଧୀ ସେବା ସମ୍ମାନ ପାଇବେ ଅଭିନେତା ସବ୍ୟସଚୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସିନେମା ପରଦାରେ ସବୁବେଳେ ହିରୋ ସାଜୁଥିବା ଅଭିନେତା ସବ୍ୟସଚୀ ମିଶ୍ର ରିୟଲ ଲାଇଫରେ ମଧ୍ୟ ହିରୋ ସାଜିଛନ୍ତି । ମହାମାରୀ କରୋନା ସମୟରେ ବାହାର ରାଜ୍ୟ ଓ ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ଅସହାୟ ଲୋକମାନଙ୍କ ପାଇଁ ସେ ସାଜିଛନ୍ତି ଦେବଦୂତ । ତାଙ୍କର ଏଭଳି ମହତ୍ କାର୍ଯ୍ୟ ପାଇଁ ସେ ମହାତ୍ମାଗାନ୍ଧୀ ସେବା ସମ୍ମାନରେ ସମ୍ମାନୀତ ହେବାକୁ ଯାଉଛନ୍ତି । ଓଡ଼ିଶା ସ୍ୱାଉଟ୍ସ୍ ଆଣ୍ଡ ଗାଇଡ୍ସ ଫେଲୋସିପ ତରଫରୁ ଅଭିନେତା ସବ୍ୟସଚୀଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯିବ ।

ଏହା ସହିତ କର୍ଣ୍ଣାଟକର ତଥା ଜାତୀୟ ସ୍ୱାଉଟ୍ସ୍ ଆଣ୍ଡ ଗାଇଡ୍ସ ଫେଲୋସିପ୍‌ର ସଭାପତି ଏମ.ଏ.କେ ମିକିଙ୍କୁ ଲାଲ ବାହାଦୂର ଶାନ୍ତି ସମ୍ମାନରେ ସମ୍ମାନୀତ କରାଯିବ । ଏନେଇ ଓଡ଼ିଶା ସ୍ୱାଉଟ୍ସ୍ ଆଣ୍ଡ ଗାଇଡ୍ସ ଫେଲୋସିପ ବୈଠକରେ ନିଷ୍ପତ୍ତିହୋଇଛି । ଉକ୍ତ ବୈଠକରେ ଓଡ଼ିଶା ସ୍ୱାଉଟ୍ସ୍ ଆଣ୍ଡ ଗାଇଡ୍ସ ଫେଲୋସିପ୍‌ର ସଭାପତି କାଳିପ୍ରସାଦ ମିଶ୍ର, ଉପସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ଡ. ପ୍ରଣବ ପହାପାତ୍ର, ରାଜ୍ୟ ସମ୍ପାଦକ ଋଷି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ!