Masthead

ଆଜିଠୁ IPL ମହାସମର

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ସବୁ ଅପେକ୍ଷାର ଅନ୍ତ ଘଟିଛି । ଆଜିଠୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ ମହାସମର । ବିନା ଦର୍ଶକରେ ହେବ ଆଇପିଏଲର ୧୪ତମ ସଂସ୍କରଣ । ଏଥିପାଇଁ ମୈଦାନ ପ୍ରସ୍ତୁତ ଥିବାବେଳେ ଖେଳାଳୀ ମଧ୍ୟ ପ୍ରସ୍ତୁତ ଅଛନ୍ତି । ଆଜି ଉଦଘାଟନୀ ମ୍ୟାଚରେ ସମ୍ନାସାମ୍ନି ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର । କରୋନା କଟକଣା ଭିତରେ ଆରମ୍ଭ ହେବାକୁ ଯାଉଛି ଚଳିତ ବର୍ଷ ଆଇପିଏଲ ଫାଇଟ୍ । ଆଜି ମୈଦାନରେ ହେବ ହାର୍ଡ ହିଟର ରୋହିତ ଓ କ୍ୟାପଟେନ କୋହଲିଙ୍କ ମଧ୍ୟରେ କଡ଼ା ଟକ୍କର ।

ଦେଶ ଓ ବିଦେଶୀ ଖେଳାଳୀଙ୍କୁ ନେଇ ମୈଦାନକୁ ନେଇ ଓହ୍ଲାଇବେ ଉଭୟ ଟିମ୍ । ଆଜି ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ଆରମ୍ଭ ହେବ ମ୍ୟାଚ । ଚଳିତ ବର୍ଷ ଆଇପିଏଲ ମ୍ୟାଚ ଚେନ୍ନାଇ, ମୁମ୍ବାଇ, ଅହମ୍ମଦାବାଦ, ବେଙ୍ଗାଲୁରୁ, କୋଲକାତା ଓ ଦିଲ୍ଲୀରେ ଖେଳାଯିବ । ତେବେ ଚଳିତ ବର୍ଷ କରୋନା କଟକଣାକୁ ନେଇ ବିନା ଦର୍ଶକରେ ହେବାକୁ ଯାଉଛି ଆଇପିଏଲ ମ୍ୟାଚ୍ । ଆଇପିଏଲ ପ୍ରଶଂସକମାନେ ମୋବାଇଲ ଓ ଟିଭି ମାଧ୍ୟମରେ ମ୍ୟାଚ ଦେଖିପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ