Masthead

ସାତ ଜନ୍ମ ପାଇଁ ସାଥି ହେଲେ ଦୁଇ ଦିବ୍ୟାଙ୍ଗ

ବାଲିଆପାଳ (ବଡ଼ ଖବର ବ୍ୟୁରୋ):   ସାତ ଜନ୍ମ ପାଇଁ ସାଥି ହେଲେ ଦୁଇ ଦିବ୍ୟାଙ୍ଗ । ଦୁହେଁ କଥା ହୋଇ ପାରନ୍ତି ନାହିଁ କି ପ୍ରେମର ଶବ୍ଦ ପରିପ୍ରକାଶ କରି ପାରନ୍ତି ନାହିଁ। ହେଲେ ଠାରରେ ଠାରରେ ଦୁହେଁ ବୁଝିଛନ୍ତି ପ୍ରେମକୁ। ଦୁହେଁ ଦିବ୍ୟାଙ୍ଗ ହେଲେବି ଫେସବୁକରୁ ପ୍ରେମ ଆରମ୍ଭ କରି ଆଜି ହେଇ ପାରିଛନ୍ତି ଜୀବନ ସାଥି । ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ବିଷ୍ଣୁପୁର ଗାଁର ବାବୁଲି ଖଣ୍ଡା । ପୁରୀ ଜିଲ୍ଲା କାକଟପୁର୍ ର କିରଣ ବାଳା ନାୟକ ।

ଏମାନଙ୍କ ପ୍ରେମ ଆରମ୍ଭ ହେଇଥିଲା ଫେସବୁକ୍ ରୁ । ତା ପରେ ଦେଖା ହୁଏ ଆଇଟିଆଇ କଲେଜ୍ ରେ ।୫ ବର୍ଷ ପୂର୍ବରୁ ଫେସବୁକରୁ ଆରମ୍ଭ ହୋଇଥିଲା ଭଲ ପାଇବା । ଆଉ ଦୁହେଁ ଦୁହିଁଙ୍କୁ ମଧ୍ୟରେ ଗଢିଉଠିଥିଲା ପ୍ରେମ ସମ୍ପର୍କ । ଦୁହେଁ ଦିବ୍ୟାଙ୍ଗ ହେଲେବି ଆଜି ଠାରରେ ଠାରରେ ଗଢ଼ିଛନ୍ତି ନୁଆ ଜୀବନ। ଆଉ ଗଢୁଛନ୍ତି ନୁଆ ସଂସାର। ଆଉ କିରଣ ଙ୍କ ମଥାରେ ଲାଗିଛି ବାବୁଲିର ସିନ୍ଦୁର। ତେବେ ଏପରି ନିଆରା ବାହାଘରକୁ ନେଇ ବାଲିଆପାଳ ବ୍ଲକରେ ଚର୍ଚା ର ବିଷୟ ପାଲଟିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ