Masthead

ବୋହୂକୁ ନିର୍ଯାତନା

ଚାନ୍ଦବାଲି, (ବଡ଼ ଖବର ବ୍ୟୁରୋ): ଚାନ୍ଦବାଲି ବ୍ଲକ ବାଂଶଡ଼ା ଥାନା ଚଡ଼ଦିଆ ପଞ୍ଚାୟତର ଚଡ଼ଦିଆ ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଶ୍ୱଶୁର ଘରକୁ ଡ଼ାକିନେଇ ବୋହୂକୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।
ଚଡ଼ଦିଆ ଗ୍ରାମର ଧନୀ ମହାଳିକଙ୍କ ପୁଅ ଶଙ୍କର ମହାଳିକ ନଳଗୋହିରା ଗ୍ରାମର ନଟବର ଜେନାଙ୍କ ଝିଅ ସବିତା ଜେନାଙ୍କୁ ଭଲପାଇ ବିବାହ କରିଥିଲେ । ଆଜକୁ ଦେଢ଼ବର୍ଷ ହେବ ଶଙ୍କର ତାଙ୍କ ସ୍ତ୍ରୀ ସହିତ ଶଶୂର ଘରେ ରହି ଆସୁଥିଲେ । ଏହି କିଛିଦିନ ହେବ ଶଙ୍କରଙ୍କୁ ତାଙ୍କ ଘରଲୋକ ନିଜ ଘରକୁ ନେଇଯାଇଥିଲେ । ଗୋଟିଏ ଦିନପରେ ଶଙ୍କର ତାଙ୍କ ସ୍ତ୍ରୀଙ୍କୁ ଫୋନର ଆସିବାକୁ କହିଥିଲେ । ସବିତା ପହଞ୍ଚିବାରୁ ଶାଶୂ, ଶ୍ୱଶୁର, ନଣନ୍ଦ, ମଳାଶୁର ମିଶି ତାଙ୍କୁ ମାଡ଼ମାରିଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ସବିତାଙ୍କ ଘରଲୋକ ପହଞ୍ଚି ବାଂଶଡ଼ା ପୋଲିସକୁ ଖବର କରିଥିଲେ । କିନ୍ତୁ ପୋଲିସ ରାତିରେ ଯିବାକୁ ମନା କରିଦେଇଥିବା ଜଣାପଡ଼ିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ