Masthead

ସ୍ୱରେଜରେ ପଡି ଚାଲିଗଲା ଦୁଇ ଶ୍ରମିକଙ୍କ ଜୀବନ

କଟକ(ବଡ଼ ଖବର ବ୍ୟୁରୋ): ସ୍ୱରେଜ କାମବେଳେ ଅଣନିଃଶ୍ୱାସ ହୋଇ ଦୁଇ ଶ୍ରମିକ ମୃତ, ଜଣେ ଗୁରତର । କଟକ ସିଡିଏ ସେକ୍ଟର-୧୦ରେ ଘଟିଛି ଏଭଳି ଏକ ଅଘଟଣ । ଠିକା ସସ୍ଥାର ଖାମଖିଆଲି ନୀତି ପାଇଁ ଅକାଳରେ ଦୁଇ ଶ୍ରମିକଙ୍କ ଜୀବନ ଚାଲିଯାଇଥିବା ଅଭିଯୋଗ ହୋଇଛି ।
କଟକ ସିଡିଏ ସେକ୍ଟର ୧୦ରେ ସ୍ୱରେଜ କାମ ଚାଲିଥିଲା । ଏଥିରେ ତିନିଜଣ ଶ୍ରମିକ ନିୟୋଯିତ ହୋଇଥିଲେ । ପ୍ରଥମେ ଜଣେ ଶ୍ରମିକ ସ୍ୱରେଜ ଭିତରକୁ ପଶିଥିଲେ । ତାଙ୍କୁ ସହାଯ୍ୟ କରିବା ପାଇଁ ଆଉ ଜଣେ ଶ୍ରମିକ ବିତରକୁ ପଶି ଆଉ ଫେରି ନଥିଲେ । ଦୁଇ ଶ୍ରମିକ ଦୀର୍ଘ ସମୟଧରି ଭିତରୁ ବାହାରିପାରି ନଥିଲେ । ଫଳରେ ତାଙ୍କୁ ଉଦ୍ଧାର କରିବା ପାଇଁ ତୃତୀୟ ଶ୍ରମିକ ମଧ୍ୟ ଭିତରକୁ ଯାଇଥିଲେ । ତେବେ ସେ ମଧ୍ୟ ଦୀର୍ଘ ସମୟଧରି ପଦାକୁ ନଆସିବାରୁ ସେଠାରେ ଉପସ୍ଥିତ ଥିବା ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଁଚି ସମସ୍ତଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଦୁଇଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଜଣଙ୍କର ଚିକିତ୍ସା ଚାଲିଛି । ମୃତ ଶ୍ରମକମାନେ ହେଲେ କଟକର ପି.ଶଙ୍କର ଓ ବଡମ୍ବା ଅଞ୍ଚଳର ବିଷ୍ଣୁ ନାୟକ । ଗୁରୁତର ଟି ଶିବା ଏବେ ଚିକିତ୍ସାଧୀନ ଅଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା