Masthead

ମହାଶିବରାତ୍ରୀ ପାଇଁ ଟ୍ରାଫିକ କଟକଣା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାତି ପାହିଲେ ଜାଗର ଯାତ୍ରା । ଓଁ ନମଃ ଶିବାୟଃ ଧ୍ବନିରେ ପ୍ରକମ୍ପିତ ହୋଇ ଉଠିବ ସମସ୍ତ ଶୈବପୀଠ । ଉତ୍ସବ ମୁଖର ହୋଇ ଉଠିବ ସମସ୍ତ ଗାଁରେ ଥିବା ଶିବ ମନ୍ଦିର । ଭକ୍ତ ଓ ଭଗବାନଙ୍କର ଅପୂର୍ବ ମିଳନ ମହାଶିବରାତ୍ରି ଦିନ ଦେଖିବାକୁ ମିଳିଥାଏ । ପରିବେଶ ହୁଏ ଆଧ୍ୟାତ୍ମିକ । ହରିବୋଲ ହୁଳହୁଳି ଆଉ ଓଁ ନମଃ ଶିବାୟଃ ଧ୍ବନିରେ ପ୍ରକମ୍ପିତ ହୋଇ ଉଠେ ଶୈବ ପୀଠ । ପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ସମସ୍ତ ପସ୍ତୁତି ଜୋରଦାର ଚାଲିଛି । ପ୍ରଶାସନ ବ୍ୟାପକ ବ୍ୟବସ୍ଥା କରିଛି । ଭୋର ୬ ଟାରୁ ମଧ୍ୟାହ୍ନ ୧୨ ଟ ପର୍ଯ୍ୟନ୍ତ ସାହାଣ ମେଳା ଦର୍ଶନ କରାଯିବ ।

ଅପରାହ୍ନ ୨ଟାରୁ ପୁଣି ପହୁଡ଼ ଖୋଲାଯାଇ ରାତି ତମାମ ଦର୍ଶନ ପାଇଁ ମନ୍ଦିର ଖୋଲା ରହିବ । ତେବେ ଲିଙ୍ଗରାଜ ମନ୍ଦିରରେ ଶିବରାତ୍ରୀ ପାଇଁ ଟ୍ରାଫିକ୍ କଟକଣା ରହିଛି । ଟ୍ରାଫିକ୍ କଟକଣା ଜାରି କରିଛି କମିଶନରେଟ ପୋଲିସ। ଜାଣନ୍ତୁ କେଉଁଠି କରିବେ ପାର୍କିଂ । ରଥରୋଡ ଏବଂ ପୁନାମା ଗେଟ୍‌ ପଟୁ ଲିଙ୍ଗରାଜ ମନ୍ଦିର ଆଡ଼କୁ ଆସୁଥିବା ସମସ୍ତ ଦୁଇ ଓ ଚାରି ଚକିଆ ଯାନ ବଢ଼େଇବାଙ୍କ ଠାରୁ ଆଗକୁ ନ ଯାଇ ବିଏମ୍‌ ହାଇସ୍କୁଲ ପଡ଼ିଆରେ ପାର୍କିଂ କରିପାରିବେ । ସେହି ସମୟରେ ରଥ ରୋଡ୍‌ ଦେଇ କୌଣସି ପ୍ରକାରର ଭାରୀଯାନ ଚଳାଚଳ କରି ପାରିବେ ନାହିଁ । କେଦାରଗୌରୀ ମନ୍ଦିର ପଟୁ ଓ ସାନିଟାରୀୟମ୍‌ ଛକ ପଟୁ ଲିଙ୍ଗରାଜ ମନ୍ଦିର ଆଡ଼କୁ ଆସୁଥିବା ଯାନବାହନ କୋଟିତୀର୍ଥ ଗଳି ଦେଇ କେଚେରୀ ପିଣ୍ଡି ରାସ୍ତାରେ ଯାଇ ତରଙ୍ଗ କ୍ଲବ ପଛପଟେ ଥିବା ଖାଲି ସ୍ଥାନରେ ପାର୍କିଂ କରିପାରିବେ ।

ଏଥିପାଇଁ କୋଟି ତୀର୍ଥ ଗଳି ଠାରୁ ସିଦ୍ଧି ମଣ୍ଡପ ଗଳି ପର୍ଯ୍ୟନ୍ତ ରାସ୍ତାକୁ ଯାନବାହନ ଚଳାଚଳ ନିମେନ୍ତ ୱାନ ୱେ କରାଯାଇଛି ।ସାମନ୍ତରାପୁର ଛକ ପଟୁ ଆସୁଥିବା ଯାନବାହନ ଗୁଡ଼ିକ ଶ୍ରୀରାମ ନଗର ଓ ସବ୍‌ଷ୍ଟେସନ ଛକ ଦେଇ ଅନନ୍ତ ବାସୁଦେବ ମନ୍ଦିର ଉତ୍ତର ପାଶ୍ୱର୍ରେ ଏବଂ ତରଙ୍ଗ କ୍ଳବ ପଛପଟେ ଥିବା ଖାଲି ସ୍ଥାନରେ ଗାଡ଼ି ରଖିପାରିବେ । ସେହିପରି କେଉଟ ସାହି ପଟୁ ଲିଙ୍ଗରାଜ ମନ୍ଦିର ଆଡ଼କୁ ଆସୁଥିବା ସମସ୍ତ ଯାନବାହନ ସବ୍‌ଷ୍ଟେସନ ଛକ ଦେଇ ବିଏମ୍‌ସି ନିଉ ମାର୍କେଟ କମ୍ପେ୍ଲକ୍ସ ପାର୍କିଂ/ଅନନ୍ତ ବାସୁଦେବ ମନ୍ଦିର ପାର୍କିଂରେ ରହିବ ।

ତାରା ସୁନ୍ଦରୀ ରାସ୍ତାରେ ଶ୍ରୀଲିଙ୍ଗରାଜ ମନ୍ଦିର ଆଡ଼କୁ ଆସୁଥିବା ସମସ୍ତ ଗାଡ଼ି ବଢ଼େଇ ବାଙ୍କ ଛକ ପରେ ଆଗକୁ ଯିବାକୁ ଦିଆ ଯିବ ନାହିଁ । ସେମାନେ ମୁନିସିପାଲିଟି ହସ୍ପିଟାଲ କିମ୍ବା ବିଏମ୍‌ ହାଇସ୍କୁଲ ପଡ଼ିଆରେ ପାର୍କିଂ କରିପାରିବେ। ରାମକୃଷ୍ଣ ମଠ ଦେଇ ମାଉସୀ ମା’ ଛକ ପଟୁ/କଳ୍ପନା ଛକ ପଟୁ ଆସୁଥିବା ସମସ୍ତ ବସ୍‌, ଭାରୀ ଯାନ, କାର୍‌ ସାନିଟାରୀୟମ୍‌ ଛକ ପର୍ୟ୍ୟନ୍ତ ଯିବାକୁ ଦିଆଯିବ ଏବଂ ସେମାନେ ସାନିଟାରୀୟମ୍‌ ଛକ ଠାରୁ ମୁନିସିପାଲିଟି ହସ୍ପିଟାଲ ରାସ୍ତା ଦେଇ ନିର୍ଦ୍ଧାରିତ ହୋଇଥିବା ପାର୍କିଂ ସ୍ଥାନକୁ ଯାଇପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସଚିବାଳୟ ଛାଡି ଜିଲ୍ଲା ମୁହାଁ ସିଏମ୍ 🔴 ସରଣ୍ଡା ଜଙ୍ଗଲରୁ ମିଳିଲା ଆଉ ୭୦୦ କେଜି ବିସ୍ଫୋରକ 🔴 ୧୮ ବର୍ଷ ଅପେକ୍ଷାର ଅନ୍ତ, ଆଇପିଏଲ ମୁକୁଟ ପିନ୍ଧିଲା ଆରସିବି 🔴 ଭୁଲ ଇଞ୍ଜେକସନ ନେଲା ୫ ଜୀବନ 🔴 ବାଂଲାଦେଶ ନୋଟରୁ ହଟିଲା ଶେଖ୍ ମୁଜିବୁରଙ୍କ ଫଟୋ 🔴 କମଲ ହାସନଙ୍କ ‘ଠଗ୍ ଲାଇଫ’ ବିବାଦ 🔴 ଜମ୍ମୁକାଶ୍ମୀରର ଚେନାବ ରେଳ ସେତୁ, କ’ଣ ରହିଛି ଏଠି… 🔴 ଝଲସି ଉଠିଲା ଅଯୋଧ୍ୟା ରାମ ମନ୍ଦିରର ଶିଖର 🔴 କିଏ ଜିତିବ ଆଇପିଏଲ ଫାଇନାଲ ମ୍ୟାଚ 🔴 ଖୁବଶୀଘ୍ର ତୃତୀୟ ବିଶ୍ୱଯୁଦ୍ଧ! 🔴 ସଚିବାଳୟ ଛାଡି ଜିଲ୍ଲା ମୁହାଁ ସିଏମ୍ 🔴 ସରଣ୍ଡା ଜଙ୍ଗଲରୁ ମିଳିଲା ଆଉ ୭୦୦ କେଜି ବିସ୍ଫୋରକ 🔴 ୧୮ ବର୍ଷ ଅପେକ୍ଷାର ଅନ୍ତ, ଆଇପିଏଲ ମୁକୁଟ ପିନ୍ଧିଲା ଆରସିବି 🔴 ଭୁଲ ଇଞ୍ଜେକସନ ନେଲା ୫ ଜୀବନ 🔴 ବାଂଲାଦେଶ ନୋଟରୁ ହଟିଲା ଶେଖ୍ ମୁଜିବୁରଙ୍କ ଫଟୋ 🔴 କମଲ ହାସନଙ୍କ ‘ଠଗ୍ ଲାଇଫ’ ବିବାଦ 🔴 ଜମ୍ମୁକାଶ୍ମୀରର ଚେନାବ ରେଳ ସେତୁ, କ’ଣ ରହିଛି ଏଠି… 🔴 ଝଲସି ଉଠିଲା ଅଯୋଧ୍ୟା ରାମ ମନ୍ଦିରର ଶିଖର 🔴 କିଏ ଜିତିବ ଆଇପିଏଲ ଫାଇନାଲ ମ୍ୟାଚ 🔴 ଖୁବଶୀଘ୍ର ତୃତୀୟ ବିଶ୍ୱଯୁଦ୍ଧ!