Masthead

ଟ୍ରକ ମାଲିକ ସଂଘର ନିର୍ବାଚନ, କମ୍ପୁଛି କେନ୍ଦୁଝର ଜିଲ୍ଲା

କେନ୍ଦୁଝର (ବଡ଼ ଖବର ବ୍ୟୁରୋ): କେନ୍ଦୁଝର ଜିଲ୍ଲା ଟ୍ରକ୍ ମାଲିକ ସଂଘ ନିର୍ବାଚନ, ହୁଲୁସ୍ତୁଲୁ ହେଲାଣି ପ୍ରଚାର ମଇଦାନ । ଆସନ୍ତା ମାସରେ ହେବାକୁ ଥିବା କେନ୍ଦୁଝର ଜିଲ୍ଲା ଟ୍ରକ୍ ମାଲିକ ସଂଘ ନିର୍ବାଚନ ପାଇଁ ମାହୋଲ ସରଗରମ ହେଲାଣି । ପାଖାପାଖି ୫୦୦୦ ସ୍ଥାନୀୟ ଟ୍ରକ ମାଲିକଙ୍କ ଦ୍ୱାରା ଗଠିତ ହୋଇଥିବା ଏହି ସଂଘର ନିର୍ବାଚନ ସବୁ ସମୟରେ ଜିଲ୍ଲାର ଏକ ପ୍ରମୁଖ ନିର୍ବାଚନ ଭାବେ ଗଣାଯାଇଥାଏ । ତେବେ ଏହି ସଂଘର କର୍ମକର୍ତା ଚୟନ ପାଇଁ ପ୍ରତି ସାଢେ ତିନି ବର୍ଷରେ ଥରେ ନିର୍ବାଚନ ହେଉଥିବା ବେଳେ ଏଥର ଆସନ୍ତା ସେପ୍ଟେମ୍ବର ୨୪ ତାରିଖରେ ଏହି ନିର୍ବାଚନ ହେବାକୁ ସ୍ଥିର ହୋଇଛି ଓ ଏଥି ପାଇଁ ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଛି । ଅନ୍ୟପକ୍ଷରେ ସଂଘର ୨୧ଟି ପଦବୀ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ୧୨୦ଜଣ ପାର୍ଥୀପତ୍ର ଦାଖଲ କରି କ୍ୟାମ୍ପେନିଂ ଆରମ୍ଭ କରିବା ସହ ଛକ ବଜାରରେ ବଡ ବଡ ହୋଡିଂ ମାରିବା ଆରମ୍ଭ କରିଦେଲେଣି । କେନ୍ଦୁଝର ଗନ୍ଧମାର୍ଦନ ଓ.ଏମ୍.ସି ଖଣିରୁ ଲୁହାପଥର ପରିବହନ କରୁଥିବା ଜିଲ୍ଲାର ଟ୍ରକ୍ ମାଲିକ ମାନଙ୍କୁ ନେଇ ୧୯୮୫ ମସିହାରୁ ଗଠନ ହୋଇଛି କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଙ୍ଘ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ