Masthead

ତୁର୍କୀ ଭୂକମ୍ପ, ନିଖୋଜ ଭାରତୀୟ ମୃତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ତୁର୍କୀ ଭୂକମ୍ପ ସାରା ବିଶ୍ୱକୁ ଦୋହୋଲାଇ ଦେଇଛି । ଏବେ ସାମ୍ନାକୁ ଆଉ ଏକ ଦୁଃଖଦ ଖବର । ଭୂକମ୍ପରେ ନିଖୋଜ ଥିବା ଭାରତୀୟଙ୍କ ମୃତ ହୋଇଛି । । ସେ ଯେଉଁ ହୋଟେଲରେ ରହୁଥିଲେ ସେହିଠାରେ ହିଁ ଚାପି ହୋଇଯାଇ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ମୃତକ ହେଲେ ଉତ୍ତରାଖଣ୍ଡର ପୌଡି ଜିଲାର ବାସିନ୍ଦା ବିଜୟ କୁମାର ଗୌଡ । ବେଙ୍ଗାଲୁରୁର ଏକ କମ୍ପାନୀ ପାଇଁ କାମ କରୁଥିଲେ । ସେ ସେହି କମ୍ପାନୀ କାମରେ ହିଁ ତୁର୍କୀ ଯାଇଥିଲେ । ଭାରତୀୟ ଦୂତାବାସର ସୂଚନା ଅନୁଯାୟୀ ବିଜୟଙ୍କୁ ଚିହ୍ନିବା କଷ୍ଟକର ଥିଲା । କାରଣ ତାଙ୍କ ଶରୀର ସମ୍ପୂର୍ଣ୍ଣ ଭାବେ ଚାପି ହୋଇଯାଇଥିଲା ।

ହେଲେ ତାଙ୍କ ହାତରେ ଥିବା ‘ଓମ’ ଟାଟୁକୁ ଦେଖି ତାଙ୍କୁ ଚିହ୍ନଟ କରାଯାଇଥିଲା । ବିଜୟ କୁମାର ଗୌଡ ପୌଡି ଜିଲାର କୋଟଦ୍ୱାରର ପଦମପୁର ଅଞ୍ଚଳର ବାସିନ୍ଦା । ତୁର୍କୀରେ ଧୂଳିସାତ୍ ହୋଇଯାଇଥିବା ହୋଟେଲର ଭଗ୍ନାବଶେଷ ମଧ୍ୟରୁ ଶୁକ୍ରବାର ତାଙ୍କର କପଡା ମିଳିଥିଲା । ଏହାପରେ ଶନିବାର ତୁର୍କୀରେ ଥିବା ଭାରତୀୟ ଦୂତାବାସ ଟୁଇଟ କରିଥିଲା କି, ଆମେ ଦୁଃଖର ସହ କହୁଛୁ ଯେ, ୬ ଫେବୃୟାରୀର ଭୂକମ୍ପ ପରେ ତୁର୍କୀରେ ନିଖୋଜ ଥିବା ଭାରତୀୟ ନାଗରିକ ବିଜୟ କୁମାରଙ୍କ ଶରୀରର କିଛି ଅଂଶ ମିଳିଛି । ତୁର୍କୀର ମଲତ୍‌ୟାରେ ଏକ ହୋଟେଲର ଭଙ୍ଗା ଅଂଶର ମଝିରୁ ତାଙ୍କ ମୃତ ଦେହକୁ ବାହାର କରାଯାଇଛି । ସେଠାକୁ ସେ ଏକ ବିଜନେସ ଟ୍ରିପରେ ଯାଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି