Masthead

ଅଭେଦ୍ୟ ସୁରକ୍ଷା ବଳୟରେ ଯେବେ ଆତଙ୍କୀ ଖେଳିଥିଲେ ରକ୍ତର ହୋଲି, ୯/୧୧କୁ ପୂରିଲା କୋଡ଼ିଏ ବର୍ଷ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):୨୦୦୧ ସେପ୍ଟେମ୍ବର ୧୧ । ପୂର୍ବାହ୍ନ ପ୍ରାୟ ୮ଟା ୪୫ । ଥରି ଉଠିଥିଲା ଆମେରିକାର ୱାଶିଂଟନ୍ । ବିଶ୍ୱର ସବୁଠାର ଶକ୍ତିଶାଳୀ ରାଷ୍ଟ୍ର ଦେଖିଥିଲା ଆତଙ୍କବାଦୀଙ୍କ ଭୟଙ୍କର ରୂପ । ଅଭେଦ୍ୟ ସୁରକ୍ଷାକୁ ଭେଦ କରି ରକ୍ତର ହୋଲି ଖେଳିଥିଲା ଅଲକାଏଦା ଆତଙ୍କବାଦୀ ସଂଗଠନ । କିଛି ସମୟ ମଧ୍ୟରେ ନ୍ୟୁୟର୍କର ସବୁଠାରୁ ଉଚ୍ଚ ଅଟ୍ଟାଳିକା ହୋଇଯାଇଥିଲା ଧରାଶାୟୀ । ଆଉ ଅକାଳରେ ଚାଲିଯାଇଥିଲା ୩ହଜାର ନିରିହ ଲୋକଙ୍କ ଜୀବନ । ଏପରି ଆକ୍ରମଣ ଯାହା ସାରା ବିଶ୍ୱକୁ ସ୍ତବ୍ଧ କରି ରଖିଦେଇଥିଲା । କିଛି ସମୟ ମଧ୍ୟରେ ୪ଟି ଅଟ୍ଟାଳିକାକୁ ଟାର୍ଗେଟ କରି ଆକ୍ରମଣ କରିଥିଲେ ଆତଙ୍କବାଦୀ ।

୧୧ ସେପ୍ଟେମ୍ବର ୨୦୦୧ ମଙ୍ଗଳବାର ସକାଳେ ନ୍ୟୁୟର୍କର ସବୁଠୁ ଉଚ୍ଚ ଅଟ୍ଟାଳିକା ୱାର୍ଲ୍ଡ ଟ୍ରେଡ୍ ସେଣ୍ଟର(ଡବ୍ଲ୍ୟୁଟିସି) ନର୍ଥ ଟାୱାରରେ ମାଡ଼ ହୋଇଥିଲା ବୋଇଂ ୭୬୭ ବିମାନ । ପ୍ରାୟ ୧୦୦ ମିନିଟ ପର୍ଯ୍ୟନ୍ତ ହୁ ହୁ ହୋଇ ଜଳିଥିଲା ଟାୱାର ମଧ୍ୟରେ ଥିବା ମହଲା । ଆଉ ଏହାର ଠିକ ୧୮ ମିନିଟ ପରେ ସକାଳ ୯ଟା ୩ରେ ସେହି ଡବ୍ଲ୍ୟୁଟିସିର ଅନ୍ୟ ଟାୱାରରେ ପିଟି ହୋଇଥିଲା ଆଉ ଏକ ବିମାନ । ଫଳରେ ୫୬ ମିନିଟ ପର୍ଯ୍ୟନ୍ତ ଜଳିଉଠିଥିଲା ଦ୍ୱିତୀୟ ଟାୱାର । ଆଖି ପିଛୁଳାକେ ଭୁସୁଡ଼ି ପଡ଼ିଥିଲା ବିଶ୍ୱର ଅନ୍ୟତମ ଉଚ୍ଚ ଅଟ୍ଟାଳିକା । ନିଆଁ ଓ ମୋଟା ଧୂଆଁରେ ଆଚ୍ଛାଦିତ ହୋଇଯାଇଥିଲା ଚାରିପାଖ ।

ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କରିବାକୁ ପ୍ରସ୍ତୁତି ଚାଲିଥିବା ବେଳେ ପୁଣି ଶୁଣିବାକୁ ମିଳିଥିଲା ଆଉ ଏକ ବିସ୍ଫୋରଣର ଶବ୍ଦ । ଏକାସାଙ୍ଗରେ ଦୁଇଟି ସ୍ଥାନରେ ପୁଣି ଆକ୍ରମଣ କରିଥିଲେ ଆତଙ୍କବାଦୀ । ଗୋଟିଏ ବିମାନ ୱାଶିଂଟନ ଡିସିରେ ଥିବା ପେଣ୍ଟାଗନ ବିଲ୍ଡିଂରେ ମାଡ଼ ହୋଇଥିବା ବେଳେ ଚତୁର୍ଥ ଆକ୍ରମଣ ପେନସିଲଭାନିଆରେ ଏକ ପଡ଼ିଆରେ ହୋଇଥିଲା ।

ଏକାଦିନରେ ୪ଟି ଆକ୍ରମଣକୁ ସାମ୍ନା କରିଥିଲେ ଆମେରିକାବାସୀ । ଏହି ଆକ୍ରମଣରେ ନିୟୋଜିତ ହୋଇଥିଲେ ୧୯ଜଣ ଆତଙ୍କବାଦୀ । ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଥିଲା ଡବ୍ଲ୍ୟୁଟିସିର ଟ୍ୱିନ ଟ୍ୱାୱାର । ମୃତ୍ୟୁ ସଂଖ୍ୟା ବଢ଼ି ୩ହଜାରରେ ପହଞ୍ଚିଥିଲା । ଯେଉଁମାନଙ୍କ ମଧ୍ୟରୁ ୪୦ ପ୍ରତିଶତ ଲୋକଙ୍କ ପରିଚୟ ଏବେ ବି ମିଳିପାରିନାହିଁ । ଆହତ ହୋଇଥିବା ଲୋକ ମାନେ ଏବେ ବି ସୁସ୍ଥ ଜୀବନ ଜିଇଁବାକୁ ସଂଘର୍ଷରତ ।

ବିଶ୍ୱକୁ ଥରାଇଦେଇଥିବା ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ଅଲକାଏଦା ସଂଗଠନର ମୁଖ୍ୟ ଓସାମା ବିନ ଲାଡେନ । ଏହି ଆକ୍ରମଣର ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ଘୋଷଣା କରିଥିଲେ ଆମେରିକାର ତକ୍ରାଳୀନ ରାଷ୍ଟ୍ରପତି ଜର୍ଜ ଡବୁଲ୍ୟୁ ବୁଶ୍ । ଓସାମା ବିନ ଲାଡେନକୁ ପାକିସ୍ତାନରେ ପଶି ହତ୍ୟା କରିଥିଲା ଆମେରିକା ।

ସେହିଭଳି ଲାଡେନକୁ ଶରଣ ଦେଇଥିବା ତାଲିବାନ ସଂଗଠନକୁ ମଧ୍ୟ ବହୁମୂଲ୍ୟ ଦେବାକୁ ପଡ଼ିଥିଲା । ଆଫଗାନିସ୍ତାନରେ ତାଲିବାନ ଶାସନକୁ ୨୦୦୧ରେ ହିଁ ହଟାଇଦେଇଥିଲା ଆମେରିକା । ଏହାସହ ସେଠାରେ ନିଜର ସେନା ନିୟୋଜିତ କରିଥିଲା । ଆମେରିକା ଇତିହାସରେ କଳାଦିନ ଭାବେ ପରିଚିତ ‘୯-୧୧’ର ଲୋମଟାଙ୍କୁରା ଘଟଣାକୁ ଆଜି ପୂରିଛି ୨୦ ବର୍ଷ । ୯/୧୧ଆକ୍ରମଣରେ ପ୍ରାଣ ହରାଇଥିବା ମୃତକଙ୍କୁ ଆଜି ଶ୍ରଦ୍ଧାଞ୍ଜଳି ଜଣାଉଛି ଆମେରିକା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି