Masthead

ଫସିଲା ଟ୍ୱିଟର, ପଢ଼ନ୍ତୁ ପୂରା ଖବର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଜାମ୍ମୁ-କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ । ଏହା ଭାରତର ମୁକୁଟ ମଧ୍ୟ । ଯେକୌଣସି ପରିସ୍ଥିତିରେ ଏହି ଉପତ୍ୟକାକୁ କେହି ଭାରତରୁ ଅଲଗା କରିପାରିବେ ନାହିଁ । ଏହା କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିର ମନ୍ତବ୍ୟ ନୁହେଁ , ପ୍ରତିଟି ଭାରତୀୟର ଅନ୍ତରର ଅଭିବ୍ୟକ୍ତି । କିନ୍ତୁ କିଛି କୁଚକ୍ରି ଜାମ୍ମୁ-କାଶ୍ମୀରକୁ ନେଇ ଦେଉଥିବା ମନ୍ତବ୍ୟକୁ କୌଣସି ଭାରତୀୟ ସହଜରେ ହଜମ କରିପାରୁନାହାନ୍ତି ।

ଗତ ରବିବାର ଭୁଲ କରିବସିଥିଲା ଟ୍ୱିଟର । ଜାମ୍ମୁ-କାଶ୍ମୀର ଭାରତର ନୁହେଁ, ଚୀନ ବୋଲି ଟ୍ୱିଟର ଉଲ୍ଲେଖ କରିଥିଲା । ଭାରତୀୟ ମ୍ୟାପକୁ କରିଥିଲା କଦର୍ଯ୍ୟ । କେନ୍ଦ୍ର ସରକାରଙ୍କ ଇଲୋକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରାଳୟ ଏଭଳି ଗୁରୁତର ତ୍ରୁଟିର କରିଛି ଘୋର ବିରୋଧ । ଇଲୋକ୍ଟ୍ରୋନିକ୍ସ ଏବଂ ଆଇଟି ସଚିବ ଅୟଜ ସାୱନି ଟ୍ୱିଟର ସିଇଓ ଜ୍ୟାକ୍ ଡୋର୍ସିଙ୍କୁ କଡା ଭାଷାରେ ଚିଠି ଲେଖିଛନ୍ତି । ଭାରତର ସାର୍ବଭୌମ୍ୟ ପ୍ରତି ଆଞ୍ଚ ଆସିଲେ ନୂଆଦିଲ୍ଲୀ ବରଦାସ୍ତ କରିବ ନାହିଁ । ତ୍ରୁଟି ତୁରନ୍ତ ସଂଶୋଧନ କରିବା ପାଇଁ ସଚିବ ଅୟଜ ସାୱନି ତାଙ୍କ ଚିଠିରେ ସ୍ପଷ୍ଟ କରିଛନ୍ତି ।

ଭାରତର ଉଦବେଗ ଦେଖି ଟ୍ୱିଟର ସିଇଓ ଜ୍ୟାକ୍ ଡୋର୍ସି ଅଡୁଆରେ ପଡିଯାଇଛନ୍ତି । ସେ କହିଛନ୍ତି ରବିବାର ଦିନ ଏହି ବୈଷୟିକ ସମସ୍ୟା ଉପରେ ଅବଗତ ହେଲୁ । ଏହାର ଚତୁର୍ଦ୍ଦିଗରେ ଥିବା ସମ୍ବେଦନଶୀଳତାକୁ ଆମେ ବୁଝିଛୁ ଏବଂ ଏହାକୁ ସମ୍ମାନ କରୁ । ସମ୍ପୃକ୍ତ ଜିଓଟ୍ୟାଗ୍ ସମସ୍ୟାରେ ଅନୁସନ୍ଧାନ ଏବଂ ସମାଧାନ ପାଇଁ ଆମର ଏକ ଟିମ୍ ଶୀଘ୍ର କାର୍ଯ୍ୟ କରୁଛି ବୋଲି କହିଛନ୍ତି ଟ୍ୱିଟର ମୁଖପାତ୍ର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା