Masthead

ଭୁବନେଶ୍ୱରକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ସାଇକେଲ ରାଲି

ଭୁବନେଶ୍ୱର (ବଡ ଖବର) : ରାଜଧାନୀ ଭୁବନେଶ୍ୱର ମଟର ଯାନର ହବ ପାଲଟିଛି | ପ୍ରତେକଦିନ ଲକ୍ଷଲକ୍ଷ ମଟର ଯାନ ଯିବା ଆସିବା କରୁଛି | ମାତ୍ରାଧିକ ମଟର ଯାନ ଚଳାଇବା ଫଳରେ ରାଜଧାନୀରେ ବାୟୁ ପ୍ରଦୂଷଣ, ଶବ୍ଦ ପ୍ରଦୂଷଣ ବଢ଼ିବାରେ ଲାଗିଛି | ଯାହା ଆଗାମୀ ଭବିଷ୍ୟତ ପାଇଁ ଚିନ୍ତାର ବିଷୟ ପାଲଟିଛି | ସମସ୍ତ ବୁଦ୍ଧିଜୀବୀ ଏହା ଜାଣି ମଧ୍ୟ ନିରାଵଦ୍ରଷ୍ଟା ସାଜିଛନ୍ତି | ଯଦି ଏହାକୁ ଆୟତ କରାନଯାଏ ତେବେ ଦିଲ୍ଲୀ ଭଳି ଅବସ୍ଥା ଆଉ ବେଶୀ ଦୁର ନୁହେଁ । ଏହାକୁ ଆଖି ଆଗରେ ରଖି ରାଜଧାନୀର ବିଭିନ୍ନ ସାମାଜିକ ସଂଗଠନ ଓ ଯୁବକ ଯୁବତୀମାନଙ୍କୁ ନେଇ ଗଢିଉଠିଥିବା ରାଜଧାନୀ ଫାଇଟର ଏକ ସାଇକେଲ ସଚେତନତା ଶୋଭାଯାତ୍ରା ମାଷ୍ଟର କ୍ୟାଣ୍ଟିନ ଛକଠାରୁ କଳ୍ପନା ଛକ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା |

ଶବ୍ଦ ପ୍ରଦୂଷଣ ଓ ବାୟୁ ପ୍ରଦୂଷଣରୁ ରାଜଧାନୀକୁ ମୁକ୍ତିଦେବା, ଛୋଟଛୋଟ କାମରେ ବାହାରକୁ ଗଲେ ସାଇକେଲ ଚଳାଇବା, ରାଜଧାନୀକୁ ପରିଷ୍କାର ପରିଛନ୍ନ ରଖିବା, ଗାଡି ଚଳାଇବା ବେଳେ ହେଲମେଟ ପିନ୍ଧିବା, ରାଜଧାନୀରେ ଯେତେ ମାତ୍ରାରେ ବୃକ୍ଷ ଲଗାଇବା ଆଦି ବାର୍ତ୍ତା ଦେଇ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଓଡିଶା ସମାଜସେବୀ ମହସଙ୍ଘର ରାଜ୍ୟ ସଭାପତି ତଥା ରାଜଧାନୀ ଫାଇଟରର ମୁଖ୍ୟ ପରିଚାଳକ ବାପୁ ଓଝାଙ୍କ ନେତୃତ୍ୱରେ ମୁଖ୍ୟ ଅତିଥିଭାବେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ବରିଷ୍ଠ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ପତାକା ଧରି ସାଇକେଲ ଯାତ୍ରାର ଶୁଭାରମ୍ଭ କରିଥିଲେ |

ଡୁଡ଼ନୁ ଫାଉଣ୍ଡେସନର ଅଧ୍ୟକ୍ଷା ଡ଼ ବନ୍ଦନା ହରିଚନ୍ଦନ, ଇନ୍ଦ୍ରଭୁବନ ଯାତ୍ରା ନାୟକ ସଞ୍ଜୟ ମାଝୀ, ମୋହିତ ଫାଉଣ୍ଡେସନର ମୁଖ୍ୟ ଉପଦେଷ୍ଟା ରୋହିତ କୁମାର ନାୟକ, ୟୁଥ ଗ୍ରୁପ ଚାରିଟେବୁଲ ଟ୍ରଷ୍ଟ ସଭାପତି ଦୀପକ ବାରିକ, ଭାରତ ଅଟୋ ମହାସଙ୍ଗ ସମ୍ପାଦକ ଅନିଲ ସାହୁ, ସାମାଜିକ ଯୁବ ସଂଗଠନ ସଭାପତି ଚିତ୍ତରଂଜନ ଦାସ, ଯୁବ ସମାଜସେବୀ ପ୍ରମୋଦ ଦେବ, ରକ୍ତଦାତା ତନ୍ମୟ ସାମନ୍ତରାୟ, ଭୁବନାନନ୍ଦ ସାମନ୍ତ, ଲକ୍ଷଣ ପାତ୍ର, ରଜନୀକାନ୍ତ ବେହେରା ପ୍ରମୁଖ ସାଇକେଲ ଶୋଭାଯାତ୍ରାରେ ଭାଗ ନେଇଥିଲେ, ଏହି ସାଇକେଲ ସଚେତନତା ପ୍ରତେକ ରବିବାର ହେବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏସଆଇ ସ୍କାମ୍‌ ଶଙ୍କର ଓ ସୁରେଶଙ୍କ ପଲିଗ୍ରାଫ ଶୁଣାଣି 🔴 ନୂଆପଡ଼ା ଉପନିର୍ବାଚନ, ବୁଥ ମୁହାଁ ପୋଲିଂ ଅଫିସର 🔴 ଆହୁରି ବଢ଼ିବ ଥଣ୍ଡା 🔴 ନୂଆପଡ଼ା ଉପନିର୍ବାଚନ ପ୍ରଚାରର ଆଜି ଶେଷଦିନ 🔴 ନୂଆପଡ଼ାରେ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ 🔴 ନୂଆପଡା ଯିବେ ନବୀନ, କରିବେ ରୋଡ ସୋ 🔴 ଏସଆଇ ସ୍କାମ୍‌ ଶଙ୍କର ଓ ସୁରେଶଙ୍କ ପଲିଗ୍ରାଫ ଶୁଣାଣି 🔴 ନୂଆପଡ଼ା ଉପନିର୍ବାଚନ, ବୁଥ ମୁହାଁ ପୋଲିଂ ଅଫିସର 🔴 ଆହୁରି ବଢ଼ିବ ଥଣ୍ଡା 🔴 ନୂଆପଡ଼ା ଉପନିର୍ବାଚନ ପ୍ରଚାରର ଆଜି ଶେଷଦିନ 🔴 ନୂଆପଡ଼ାରେ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ 🔴 ନୂଆପଡା ଯିବେ ନବୀନ, କରିବେ ରୋଡ ସୋ