Masthead

ପୁରୁଣା ପେନସନ ଲାଗୁ କରିବା ଲାଗି କେନ୍ଦ୍ର ଓ ରାଜ୍ୟର ସବୁ କର୍ମଚାରୀଙ୍କ ଟ୍ଵିଟର ଅଭିଯାନ

ଭୁବନେଶ୍ଵର (ବଡ଼ ଖବର ବ୍ୟୁରୋ): ଆଜି ନେସନଲ ମୋମେଣ୍ଟ ଫୋର ଓଲଡ଼ ପେନସନ ସ୍କିମ (NMOPS) ଦେଶ ବ୍ୟାପି ୨୦୦୫ରୁ ଲାଗୁ ହୋଇଥିବା ନିୟୁ ପେନସନ ସ୍କିମ (NMOPS) ରଦ୍ଦ କରି ପୁରୁଣା ପେନସନ ବ୍ୟବସ୍ତା ଲାଗୁ କରିବା ଦାବିରେ ଦିନ ୧୨ ଟାରୁ ୪ଟା ମଧ୍ୟରେ ଟ୍ଵିଟରରେ ଟ୍ରେଣ୍ଡ କରି ଦେଶରେ ଏକ ନମ୍ବର ରହିଥିଲା, #WeWantOldPension ୧୫ ଲକ୍ଷ୍ୟ ଓ #RestoreOldPension ୭.୪ ଲକ୍ଷ୍ୟ ଟୁଇଟ୍ ହୋଇ ଦେଶରେ ଏକ ଓ ଦୁଇ ନମ୍ବରରେ ରହିଥିଲା । ଏଥି ପାଇଁ NMOPS ରାଷ୍ଟୀୟ ସଭାପତି ବିଜୟ କୁମାର ବନ୍ଧୁ ଓ ରାଷ୍ଟ୍ରୀୟ ମହାସଚିବ ଜ ସ ପ୍ରଜ୍ଞା ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଓ ସାଧୁବାଦ ଜ୍ଞାପନ କରିଛନ୍ତି ।

ପୁରୁଣା ପେନସନକୁ ସପୋର୍ଟ କରି ଦେଶର ବହୁ ରାଜନେତା, ସେଲିବ୍ରେଟି, ସାମ୍ବାଦିକମାନେ ରିଟୁଇଟ୍ କରିଥିଲେ,  ଓଡ଼ିଶାରେ ପୁରୁଣା ପେନସନ ଲାଗି ଗତ ବର୍ଷ ସବୁ ସଂଗଠନ ଏକ ହୋଇ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ବେଳେ କରୋନା ବାଧା ଦେଇଥିଲା । ସ୍ୱାଧୀନତା ପରେ ସରକାରୀ ଚାକିରିର ସବୁଠୁ ଭଲ ଉପଲବ୍ଧ ଭାବେ ଅବସର ପରେ ପୁରୁଣା ପେନସନ କର୍ମଚାରୀମାନଙ୍କୁ ଖୁସିରେ କାଟିବା ପାଇଁ  ପେନସନ ଲାଗୁ କରାଯାଇଥିଲା ଯାହାକୁ କେନ୍ଦ୍ର ସରକାର ୨୦୦୫ ଠାରୁ ଅଧାଦେଶ ଆଣି ବନ୍ଦ କରିଦେଇଥିଲେ ଯାହାକୁ ବିରୋଧ କରି ଦିଲ୍ଲୀର ଯନ୍ତରମନ୍ତର ନଭେମ୍ବର ୨୦୧୮ରେ ୧୦ ଲକ୍ଷ୍ୟ କର୍ମଚାରୀ ଏକ ହୋଇଥିଲେ । ଭିନ୍ନଭିନ୍ନ ଦାବି ଭିତରେ ସମୂହ ସ୍ୱାର୍ଥ ଲାଗି ପୁରୁଣା ପେନସନ ଲାଗୁ କରିବା  ପାଇଁ ଓଡ଼ିଶାରେ ଏକ ହୋଇ ଆଗାମୀ ଦିନରେ ଲଢ଼େଇ କରିବେ ବୋଲି Nmops ଓଡିଶା ସଂଗଠନର ଆଭାହକ ବିଜୟ ମଲ୍ଲ, ଇଫତେଖାର ଅହମ୍ମଦ, ପ୍ରଯତ୍ନ ବରାଳ, ରାଜେଶ ମହାନ୍ତି, ସୁଶାନ୍ତ ବେହେରା, ବାଙ୍କିମ  ଚନ୍ଦ୍ର ସାଗର, ରଶ୍ମି ଦାସ, ପ୍ରଦୀପ ପ୍ରଧାନ, ଶୁବ୍ରଜିତ ପ୍ରତିହାରୀ, ବିଶ୍ୱଜିତ ବିଶ୍ୱାଳ, ଶ୍ୟାମଳି ପଟ୍ଟନାୟକ, ପ୍ଳାବନ କୁମାର, ଅନିତା ବେହେରା ପ୍ରେସ ଇସ୍ତାହାରରେ ପ୍ରକାଶ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି