Masthead

୧୮ରୁ ବଲାଙ୍ଗିରରେ ଖରିଫ ଧାନ ସଂଗ୍ରହ

ବଲାଙ୍ଗିର, (ବଡ଼ ଖବର ବ୍ୟୁରୋ): ନଭେମ୍ବର ୧୮ରୁ ବଲାଙ୍ଗିର ଜିଲ୍ଲାରେ ଆରମ୍ଭ ହେବ ଚଳିତବର୍ଷର ଖରିଫ ଧାନ ସଂଗ୍ରହ। ଏ ନେଇ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଡିଏଲପିସି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏ ବର୍ଷ ଜିଲ୍ଲାରେ ୨୧ ଲକ୍ଷ ୮୩ ହଜାର କ୍ଵିଣ୍ଟାଲ ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୧୮୬୬ ଟଙ୍କାରେ ଚାଷୀଙ୍କଠାରୁ କିଣାଯିବ। ଏଥିପାଇଁ ଜିଲ୍ଲାରେ ମୋଟ ୧୭୪ ଜାଗାରେ ପ୍ୟାକସ୍ ଓ ଏସ୍ଏଚଜି ମାଧ୍ୟମରେ ଚାଷୀଙ୍କଠାରୁ ଧାନ କିଣାଯିବା ପାଇଁ ପ୍ରକ୍ରିୟା ଚାଲିଛି। ସପ୍ତାହକ ମଧ୍ୟରେ ଭିତ୍ତିଭୂମି ବ୍ୟବସ୍ଥା କରାଯିବା। ଏହା ସହ କଟନି ଛଟନି, ମଣ୍ଡି ଅବ୍ୟବସ୍ଥା, ଏଫଏକ୍ୟୁ ମାନ ଏବଂ ସରକାରଙ୍କ ଧାନ ସଂଗ୍ରହ ନୀତି ଆଦି ସମ୍ପର୍କରେ ଆଲୋଚନା ମଧ୍ୟ କରାଯାଇଛି। ୧୮ରୁ ଧାନ କିଣା ଆରମ୍ଭ ହୋଇ ୨୦୨୧ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲିବ ବୋଲି ଜିଲ୍ଲାପାଳ ଚଞ୍ଚଳ ରାଣା କହିଛନ୍ତି।
ଅନ୍ୟପଟେ ଚାଷୀ ପ୍ରତିବର୍ଷ ଶୋଷଣର ଶିକାର ହେଉଛନ୍ତି। ତେଣୁ ଚାଷୀ ଯେମିତି ସୁବିଧାରେ ଧାନ ବିକି ଲାଭବାନ ହେବ ସେଥିପାଇଁ କମିଟି ରାଜ୍ୟ ସରକାରଙ୍କୁ ତିନୋଟି ପରାମର୍ଶ ଦେଇଛି। ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର କହିଛନ୍ତି, କୃଷି ବିଭାଗ ସୂଚନା ଅନୁସାରେ ଏକ କ୍ଵିଣ୍ଟାଲ ଧାନ ଅମଳ ପାଇଁ ଚାଷୀ ୨୪୧୫ ଟଙ୍କା ଖର୍ଚ୍ଚ କରିଥାଏ। କିନ୍ତୁ ସରକାରୀ ରେଟ ଅନୁସାରେ ୧୮୬୬ ଟଙ୍କାରେ ଧାନ ବିକ୍ରି କରୁଥିବାରୁ ଚାଷୀ ବହୁ କ୍ଷତି ସହିଥାଏ। ତେଣୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି କରିବାକୁ କମିଟି ସୁପାରିସ କରିଥିବା ମିଶ୍ର କହିଛନ୍ତି। ଏଥିସହ ଜିଲ୍ଲାରେ ଆଗୁଆ ଧାନ ଅମଳ ହେଉଥିଲେ ମଧ୍ୟ ଆସନ୍ତା ୧୮ ତାରିଖରୁ ଧାନ ସଂଗ୍ରହ କରାଯିବ। ତେଣୁ ଆସନ୍ତାବର୍ଷ ଅକ୍ଟୋବରରୁ ଧାନ କିଣିବା ପାଇଁ ରାଜ୍ୟ ସରକାର ଯଦି ନିର୍ଦ୍ଦେଶ ଦିଅନ୍ତି ତେବେ ଚାଷୀ ଅଭାବୀ ବିକ୍ରିର ଶିକାର ହେବେ ନାହିଁ। ଧାନ କିଣା ବେଳେ ପ୍ୟାକ୍ସ, ଏସ୍ଏଚଜି, ଚାଷୀ ଓ କେବଳ ପ୍ୟାକ୍ସ ସହ ସମ୍ପୃକ୍ତ ବ୍ୟକ୍ତି ଉପସ୍ଥିତ ରହିବେ। କୌଣସି ମିଲର, ସ୍ଥାନୀୟ ନେତା କିମ୍ବା ରାଜନେତା ଉପସ୍ଥିତ ନ ରହିବାକୁ କମିଟି କଡ଼ା ନିର୍ଦ୍ଦେଶ ଦେଇଥିବା କହିଛନ୍ତି ମିଶ୍ର। ବୈଠକରେ ଜିଲ୍ଲାପାଳ ରାଣା, ଜିଲ୍ଲା ଯୋଗାଣ ଅଧିକାରୀ ଦିଲୀପ କୁମାର ପାତ୍ର, ବିଧାୟକ ମିଶ୍ର, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ସହ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି