Masthead

ଜଳ ନିଷ୍କାସନ ପାଇଁ ଅଭିନବ ପ୍ରତିବାଦ

ପାରାଦୀପ (ବଡ଼ ଖବର ବ୍ୟୁରୋ): ପାରାଦୀପ ଉପକଣ୍ଠ ବିଶ୍ବାଳି ପଞ୍ଚାୟତରେ ଜଳ ନିଷ୍କାସନ ନେଇ ଗ୍ରାମବାସୀଙ୍କ ପକ୍ଷରୁ ଏକ ଅଭିନବ ପ୍ରତିବାଦ ଓ ବିକ୍ଷୋଭ ପଦର୍ଶନ କରାଯାଇଛି। ଦୀର୍ଘ ୬୦ ବର୍ଷ ହେଲା ଲାଗିରହିଛି ସମସ୍ୟା । ପ୍ରତ୍ୟେକ ବର୍ଷ ବର୍ଷା ଆସିଲେ ଜଳବନ୍ଦୀରେ ରହୁଛନ୍ତି ବିଶ୍ବାଳି ପଞ୍ଚାୟତ ସମେତ ୨୯ ମୈାଜାର ବାସିନ୍ଦା। ପାରାଦ୍ଵୀପ ବନ୍ଦର ଗଢା ହେବା ପରେ ଏହି ସମସ୍ୟା ଭୋଗୁଛନ୍ତି ଅଞ୍ଚଳବାସୀ।

ବନ୍ଦର ପାଇଁ ତିଆରି ହୋଇଥିବା ତାଳଦଣ୍ଡା କେନାଲ ଓ ପାରାଦ୍ଵୀପ ଚଣ୍ଡିଖୋଲ ରାସ୍ତା ନିର୍ମାଣ ପରେ ଜଳ ନିଷ୍କାସନର ବାଟ ଏକ ପ୍ରକାର ବନ୍ଦ ହୋଇଯାଇଛି। ଏପରିକି ନଦୀ ଗୁଡିକର ଓସାର କମିଯାଇଛି । ବିଭିନ୍ନ କମ୍ପାନୀ, ବ୍ୟକ୍ତିବିଶେଷ ନଦୀକୁ ଅକ୍ତିଆର କରି ନେଇଛନ୍ତି । ଫଳରେ ପ୍ରତ୍ୟେକ ବର୍ଷ ଧାନ ଓ ବିଭିନ୍ନ ପନିପରିବା ଚାଷ କ୍ଷତିଗ୍ରସ୍ତ ହେଉଛି।

ଗତ ଜାନୁଆରୀ ମାସରେ ପାରାଦୀପ ଗଡ଼ ନିକଟ ହଳଦୀପାଣି ନଦୀରେ ଏକ କଲଭଟ୍ ତିଆରି ପାଇଁ ରାଜ୍ୟ ସରକାର ୬ କୋଟିରୁ ଅଧିକ ଟଙ୍କା ବ୍ୟୟ ବରାଦ କରିଥିବାବେଳେ ତାହାର କାର୍ଯ୍ୟ ଏପର୍ଯ୍ୟନ୍ତ ଆଗେଇ ପାରି ନାହିଁ। ଏନେଇ ୪ ଟି ମୈାଜାର ଲୋକେ ଘଣ୍ଟ ବାଡ଼େଇ ଏକାଠି ହେବା ସହିତ ତୁରନ୍ତ କାର୍ଯ୍ୟ ଆରମ୍ଭ ନହେଲେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ