ଟଳିଲେ ଆଉ ୨ ଆତଙ୍କୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପଣ୍ଡ ହେଲା ଆତଙ୍କୀଙ୍କ ଅନୁପ୍ରବେଶ ଉଦ୍ୟମ । ଜମ୍ମୁ ଓ କାଶ୍ମୀରରେ ଏନ୍କ।ଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ପାକ୍ ଆତଙ୍କୀ ।

ପାକିସ୍ତାନୀ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କଲେ ସୁରକ୍ଷାବାହିନୀ । ବୁଧବାର ଦିନ ସୁରକ୍ଷାବାହିନୀ ଜମ୍ମୁ ଓ କାଶ୍ମୀରର ପୁଞ୍ଚ ଜିଲ୍ଲାର ନିୟନ୍ତ୍ରଣ ରେଖା ନିକଟରେ ଏକ ଅନୁପ୍ରବେଶ ପ୍ରୟାସକୁ ବିଫଳ କରି ୨ ପାକିସ୍ତାନୀ ଆତଙ୍କୀଙ୍କୁ ନିପାତ କରିଛନ୍ତି । ଆତଙ୍କବାଦୀ ଲୁଚିରହିଥିବା ନେଇ ସର୍ଚ୍ଚ ଅପରେସନ୍ ଜାରି ରହିଛି । । ଗତ ସୋମବାର ଦିନ ଜମ୍ମୁ ଓ କାଶ୍ମୀର ଶ୍ରୀନଗରର ମହାଦେବ ପର୍ବତ ନିକଟରେ ଲିଡୱାସ ଅଞ୍ଚଳରେ ଆତଙ୍କବାଦ ବିରୋଧରେ ଅଭିଯାନ ଚଳାଇଥିଲା । ସୋମବାର ଦିନ ପହଲଗାମ୍ ଆତଙ୍କବାଦୀ ସହ ଜଡ଼ିତ ଥିବା ଆତଙ୍କବାଦୀଙ୍କୁ ନିପାତ କରିଥିଲେ ସୁରକ୍ଷାବାହିନୀ । ସୁଲେମାନ ଯିଏକି ପହଲଗାମ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲା । ଭାରତୀୟ ସେନାର ପକ୍ଷରୁ କରାଯାଇଥିବା ଏନକାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ଏବଂ ଆଉ ୨ ଜଣ ଆତଙ୍କୀ ନିପାତ ହୋଇଥିଲେ । ନିପାତ ହୋଇଥିବା ଦୁଇ ଆତଙ୍କୀ ହେଉଛନ୍ତି ହମଜା ଆଫଘାନୀ ଓ ଜିବ୍ରାନ ଯିଏ ଗତ ବର୍ଷ ସୋନମାର୍ଗ ଟନେଲ ଆକ୍ରମଣରେ ଜଡ଼ିତ ଥିଲା । ତେବେ ଅଞ୍ଚଳଟିକୁ ସୁରକ୍ଷିତ କରିବା ପାଇଁ ପୁଞ୍ଚ ସୀମାରେ ଅତିରିକ୍ତ ସୈନ୍ୟ ମୁତୟନ କରାଯାଇଛି । ଏବଂ ସର୍ଚ୍ଚ ଅପରେସନ୍ ଏବେ ବି ଜାରି ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’