Before Header

ଚିହ୍ନ ପାଇଁ ସୁପ୍ରିମକୋର୍ଟ ଗଲେ ଉଦ୍ଧବ ଠାକରେ

0 36

ମହାରାଷ୍ଟ୍ର(ବଡ଼ ଖବର ବ୍ୟୁରୋ): ଚିହ୍ନ ପାଇଁ ସୁପ୍ରିମକୋର୍ଟ ଗଲେ ଉଦ୍ଧବ ଠାକରେ । ତତ୍କାଳ ଶୁଣାଣି ପାଇଁ ମନା କଲେ ସର୍ବୋଚ୍ଚ ନ୍ୟାୟାଳୟ । ନିର୍ବାଚନ କମିଶନ ଶିବସେନାର ନାମ ଏବଂ ଦଳୀୟ ଚିହ୍ନ ଏକନାଥ ସିନ୍ଦେ ଗୋଷ୍ଠୀକୁ ପ୍ରଦାନ କରିବା ପରେ ଏହା ବିରୋଧରେ ସୁପ୍ରିମକୋର୍ଟରେ ଦ୍ୱାରସ୍ତ ହୋଇଛନ୍ତି ଉଦ୍ଧବ ଠାକରେ । ମାମଲାର ଶୀଘ୍ର ଶୁଣାଣି ପାଇଁ ଉଦ୍ଧବ ଠାକରେ ଗୋଷ୍ଠୀ ଦାବି କରିଥିବା ବେଳେ ଶୀଘ୍ର ଶୁଣାଣି ପାଇଁ ମନାକରିଦେଇଛନ୍ତି ସୁପ୍ରିମକୋର୍ଟ । ପରବର୍ତ୍ତୀ ଶୁଣାଣି କେବେ ହେବ ସେ ନେଇ ସମୟ ତାରିଖ ଧାର୍ୟ୍ୟ କରାଯିବ । ନିର୍ବାଚନ କମିଶନ ମୋଦୀଙ୍କ ସରକାରଙ୍କ ହାତବାରିଶି ସାଜିଥିବା ଅଭିଯୋଗ ଆଣିବା ସହ ଶିବସେନାର ଅସଲି ହକଦାର ବୋଲି ଦାବି କରିଛନ୍ତି ଉଦ୍ଧବ ଠାକରେ । ଶିବସେନାର ନାମ ଏବଂ ଚିହ୍ନ ପାଇଁ ୨ ହଜାର କୋଟିର ଡିଲ ହୋଇଥିବା ନେଇ ମଧ୍ୟ ଅଭିଯୋଗ ଆଣିଛନ୍ତି ଶିବସେନା ନେତା ସଞ୍ଜୟ ରାଉତ ।

Leave A Reply

Your email address will not be published.