ଆସୁଛି ବର୍ଷା, ଲିଭିବ ଜଙ୍ଗଲି ନିଆଁ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆସୁଛି କାଳବୈଶାଖୀ । ପବନ ସହ ଭଲ ବର୍ଷା ହୋଇପାରେ । ରାଜ୍ୟର ୨୬ ଜିଲ୍ଲାରେ ଜଳୁଥିବା ଜଙ୍ଗଲ ନିଆଁ ଲିଭିବ । ନୂଆ ଜୀବନ ପାଇବେ ତରୁଲତା । ହ୍ରାସ ପାଇବ ଉତ୍ତାପ । ଲିଭି ଯାଇପାରେ ଜଙ୍ଗଲ ନିଆଁ । ଆସନ୍ତା ୧୩ ତାରିଖ ମଧ୍ୟରେ ରାଜ୍ୟରେ କାଳବୈଶାଖୀ ବର୍ଷାର ସମ୍ଭାବନା ନେଇ ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ଫଳରେ ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାର କେତେକ ଜିଲ୍ଲାରେ ବର୍ଷା ହୋଇପାରେ । ଏହାସହ ଗୁଜରାଟ, ମଧ୍ୟପ୍ରଦେଶ ପାର୍ଶ୍ବରୁ ଓଡ଼ିଆ ଉପର ଦେଇ ବଙ୍ଗୋପସାଗର ଆଡକୁ ଏକ ଟ୍ରପ୍ ଆସୁଛି । ଫଳରେ ୧୩ ତାରିଖ ମଧ୍ୟରେ ରାଜ୍ୟରେ ଘଡଘଡି ସହ ବର୍ଷା ହେବାରେ ସହାୟକ ହେବ ବୋଲି ଆକଳନ କରିଛନ୍ତି ସୋଆ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ତଥା ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ଡ. ଶରତ ସାହୁ ।

ଶିମିଳିପାଳ ଜଙ୍ଗଲରେ ନିଆଁ ବ୍ୟାପିବା ଦ୍ବାରା ତାପମାତ୍ରା ଓ ଧୂଆଁ ବଢିଛି । ଫଳରେ ସମୁଦ୍ରରୁ ସ୍ଥଳଭାଗ ଆଡକୁ ଆସୁଥିବା ଜଳୀୟ ବାଷ୍ପ ଗରମ ପବନ ମିଶ୍ରଣ ଫଳରେ ଶିମିଳିପାଳ ଅଭୟାରଣ୍ୟରେ କାଳବୈଶାଖୀ ବର୍ଷା ହୋଇଛି ।କିଛି ଦିନ ହେଲା ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁକୁ ନିୟନ୍ତ୍ରଣ କରିବାରେ କାଳବୈଶାଖୀ ବର୍ଷା ସହାୟକ ହୋଇପାରେ । ବିଶେଷ ଭାବେ ମାର୍ଚ୍ଚ ମାସରୁ ମୌସୁମୀ ଆସିବ ପର୍ଯ୍ୟନ୍ତ କାଳବୈଶାଖୀ ଅନୁଭୂତ ହୋଇଥାଏ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’