Masthead

ପୁଷ୍ଟିକର ଖାଦ୍ୟ ପରିବର୍ତ୍ତେ ଅପୁଷ୍ଟିକର ଖାଦ୍ୟ ବଣ୍ଟନ

ବଡ଼ସାହି (ବଡ଼ ଖବର ବ୍ୟୁରୋ): ଶିଶିୁଙ୍କୁ ମିଳିବ ଉତ୍ତମ ଆହାର, ପୁଷ୍ଟି ହୀନତାକୁ ନଥିବ ଡର ,ସନ୍ତୁଳିତ ଆହାର,ସ୍ବାସ୍ଥର ଆଧାର,ଏ ନାରା ହେଉଛି ଆମ ରାଜ୍ୟ ସରକାରଙ୍କର ମହିଳା ଓ ଶିଶୁ ମାନଙ୍କ ଉଦେଶ୍ୟରେ ସମର୍ପିତ ।ହେଲେ ଯୋଜନା କେତେ ଦୂର ସଫଳ ହେଉଛି ସେଥିପ୍ରତି କାହାର ନଜର ପଡୁଛି । ଛତୁଆ ପ୍ରସ୍ତୁତକାରୀ ଓ ବଣ୍ଟନକାରୀ ସଂସ୍ଥା ସହିତ ବେତନଟୀ ମିଶନ ଓ ସିଡିପିଓ କାର୍ୟ୍ୟାଳୟର ମଧୁ ଚନ୍ଦ୍ରିକାରେ ଚାଳିଛି ଯୋଗାଣ ।ପୃଷ୍ଟିକର ଖାଦ୍ୟ ପରିବର୍ତ୍ତେ ଅପୃଷ୍ଟିକର ଖାଦ୍ୟ ଗୁଣ୍ତ ଭର୍ତ୍ତି ପ୍ୟାକେଟ ବଣ୍ଟନ କରି ମାଲାମାଲ ହେଉଛନ୍ତି ଯୋଗାଣକାରୀ ସଂସ୍ଥା ।

ସରକାରଙ୍କର ନିୟମକୁ ଅଣଦେଖା କରି ମନଇଛା ଅପୃଷ୍ଟିକର ଖାଦ୍ୟ ଚାଲିଛି ବଣ୍ଟନ । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଂଜ ଜିଲ୍ଲାର ବେତନଟୀ ବ୍ଳକ ତଥା ବେତନଟୀ ପଞ୍ଚାୟତରେ । ଏହି ପଞ୍ଚାୟତର ଶୁଖିଲାହାର ଅଙ୍ଗନଓ୍ବାଡି କେନ୍ଦ୍ରରୁ ହାଟସାହି ବାସିନ୍ଦାଙ୍କୁ ମିଳିଥିବା ଛତୁଆ ପ୍ୟାକେଟ ଭିତରୁ ବାହାରୁଛି ପୋକ । ଏହିଛତୁଆ ପ୍ରସ୍ତୁତ ଓ ଯୋଗାଣ କରୁଛି ସନ୍ତୋଷୀ ମା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ । ବେତନଟୀ ସିଡିପିଓ କାର୍ୟ୍ୟାଳୟରୁ ମାତ୍ର ଶହେ ମିଟର ଦୂରରେ ଅବସ୍ଥିତ ତୁଳସୀଚଉରା ଗ୍ରାମରେ ଅବସ୍ଥିତ ଏହି ଛତୁଆ ପ୍ରସ୍ତୁତ କେନ୍ଦ୍ର । ଏହି କେନ୍ଦ୍ରରେ ଛତୁଆ ନିମ୍ନ ମାନର ହେଉଥିବା ଘଟଣା ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ଏଥିପ୍ରତି କୌଣସି ପଦକ୍ଷେପ ନେବାତ ଦୂରର କଥା , ଛତୁଆର ମାନ ନିରୁପଣ କେବଳ କାଗଜ ପତ୍ରରେ ଚାଲିଥିବା ଭଳି ଲାଗୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା