Masthead

ଅନଲକ୍-୭: ସ୍କୁଲ-କଲେଜ ଅଡିଟୋରିୟମରେ କାର୍ଯ୍ୟକ୍ରମକୁ ଅନୁମତି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ରାଜ୍ୟରେ କମୁଛି ସଂକ୍ରମଣ । ଧିରେ ଧିରେ ଅନଲକ୍ ପ୍ରକ୍ରିୟା ମଧ୍ୟ ଆରମ୍ଭ ହେଲାଣି । ଏହାମଧ୍ୟରେ ସରକାର ଅନଲକ୍-୭ର ଗାଇଡଲାଇନ୍ ଜାରି କରିଛନ୍ତି । ଗାଇଡଲାଇନରେ ଅନେକ କଟକଣା ମଧ୍ୟ ହଟିଛି । ଦିଲ୍ଲୀ ସରକାର ଅନଲକ-୭ର ଗାଇଡଲାଇନ୍ ଜାରି କରିଛନ୍ତି । ଗାଇଡଲାଇନ ଅନୁସାରେ, ଦିଲ୍ଲୀ ପୋଲିସ, ସେନା ଟ୍ରେନିଂ କିମ୍ବା ଅନ୍ୟ କୌଣସି ସଂସ୍ଥାର ଟ୍ରେନିଂ ଉପରେ ଆଉ ରୋକ୍ ଲାଗିବ ନାହିଁ ।

ଏକାଡେମିକ ଗ୍ୟାଦରିଂ ବା ଶିକ୍ଷାନୁଷ୍ଠାନରେ କାର୍ଯ୍ୟକ୍ରମ ଆୟୋଜନକୁ ଅନୁମତି ମିଳିଛି । ଏଥିରେ ସ୍କୁଲ-କଲେଜର କୌଣସି କାର୍ଯ୍ୟକ୍ରମ ଆଦି ହୋଇପାରିବ । ସ୍କୁଲ-କଲେଜର ଅଡିଟୋରିୟମ ଶିକ୍ଷା ସମ୍ବନ୍ଧୀୟ ଟ୍ରେନିଂ କିମ୍ବା ବୈଠକ ପାଇଁ ୫୦ ପ୍ରତିଶତ କ୍ଷମତାରେ ଖୋଲିପାରିବ । ଦିଲ୍ଲୀରେ ଏବେ ଦୈନିକ ୧୦୦ରୁ କମ ମାମଲା ସାମ୍ନାକୁ ଆସୁଛି । ଶନିବାର ୭୬ଟି କେସ୍ ସାମ୍ନାକୁ ଆସିଥିଲା । କେବଳ ଜଣେ ଆକ୍ରାନ୍ତ ପ୍ରାଣ ହରାଇଥିଲେ । ମାର୍ଚ୍ଚ ୨୧ ପରେ ଏତେ କମ୍ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ