Masthead

ଭାରତର ନାମ ନଷ୍ଟ କରୁଛନ୍ତି ଉର୍ଫି…. ଉର୍ଫିଙ୍କୁ ନେଇ ଆସିଲା କିଛି ଏପରି ମନ୍ତବ୍ୟ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ‘ବିଗ୍ ବସ୍ ଓଟିଟି ସିଜନ୍ ୧’ରେ ଖ୍ୟାତି ଅର୍ଜନ କରିଥିବା ଉର୍ଫି ଜାଭେଦ୍ ଅସାଧାରଣ ପୋଷାକ ପିନ୍ଧୁଥିବା ହେତୁ ଅନେକ ସମୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥାନ୍ତି । ନିକଟରେ ତାଙ୍କୁ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା । ସେଠାରେ ତାଙ୍କ ସହ ଏପରି କିଛି ଘଟଣା ଘଟିଗଲା, ଯାହା ସେ ଭାବି ନଥିଲେ । ତାଙ୍କ ପୋଷାକ ଦେଖି ଜଣେ ବ୍ୟକ୍ତି ଏପରି ମନ୍ତବ୍ୟ ଦେଇଥିଲେ, ଯାହା ଶୁଣିବା ପରେ ଉର୍ଫି ଖୁବ ଜୋରରେ ରାଗି ଯାଇଥିଲେ । ଏବଂ ଉକ୍ତ ବ୍ୟକ୍ତିଙ୍କୁ ପ୍ରତିଉତ୍ତର ମଧ୍ୟ ଦେଇଥିଲେ ।

ଉର୍ଫିଙ୍କ ଏହି ଭିଡ଼ିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓ ରେ ବ୍ୟକ୍ତି ଜଣଙ୍କ ଉର୍ଫିଙ୍କୁ କହୁଛନ୍ତି ‘ଆମ ଭାରତରେ ଏଭଳି ପୋଷାକ ପିନ୍ଧିବାର ଅନୁମତି ନାହିଁ’ ଆପଣ ଏହିଭଳି ପୋଷାକ ପିନ୍ଧି ଆମ ଭାରତର ନାମ ସଂସ୍କୃତି ଓ ପରମ୍ପରାକୁ ନଷ୍ଟ କରୁଛନ୍ତି । ଭାଇରାଲ ହେଉଥିବା ଏହି ଭିଡିଓକୁ ଅନେକ ଲୋକ ସମର୍ଥନ କରୁଛନ୍ତି । ଲୋକମାନେ କମେଣ୍ଟ ରେ ଲେଖୁଛନ୍ତି ‘କେହି ଜଣେ ତାଙ୍କ ମୁହଁ ଉପରେ କଥା କହିଲା’ ସେହିପରି ଅନ୍ୟ ଜଣେ ଲେଖିଛନ୍ତି ‘ ମାମୁଁ ଙ୍କ ସାହାସ କୁ ମାନିବାକୁ ପଡିବ’ । ବିମାନବନ୍ଦରରେ ଉକ୍ତ ବ୍ୟକ୍ତି ଏବଂ ଉର୍ଫିଙ୍କ ମଧ୍ୟରେ ଖୁବ ଜୋରରେ ଯୁକ୍ତିତର୍କ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି