Masthead

ଗ୍ରୀସ ଜଙ୍ଗଲରେ ଅଗ୍ନିକାଣ୍ଡ, ୩୦ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର

ନୂଆଦିଲ୍ଲୀ  (ବଡ଼ ଖବର ବ୍ୟୁରୋ): ଗ୍ରୀସ ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ । ୩୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର । କୋର୍ଫ୍ୟୁ ଦ୍ୱୀପରୁ ୨୫୦୦ ପର‌୍ୟ୍ୟଟକଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି । ସମଗ୍ର ଗ୍ରୀସ ବାଦଲରେ ଛାଇଯାଇଛି କଳା ଧୂଆଁ। ନିଆଁକୁ ଆୟତ କରିବା ପାଇଁ ହଲେିକପ୍ଟର ସାହାର୍ଯ୍ୟରେ ପାଣି ଶିଞ୍ଚନ କରାଯାଉଛି ।

କୋର୍ଫ୍ୟୁ ଦ୍ୱୀପର ଉତ୍ତର ଦିଗକୁ ନିଆଁ ବ୍ୟାପିବାରେ ଲାଗିଛି। ରୋଡ୍ସ ଗ୍ରୀସର ସବୁଠୁ ଲୋକପ୍ରିୟ ପର‌୍ୟ୍ୟଟନ ସ୍ଥଳ ମଧ୍ୟରୁ ଗୋଟିଏ। ଏଠାକୁ ବ୍ରିଟିଶ, ଜର୍ମାନ ଏବଂ ଫ୍ରାନ୍ସ ପର‌୍ୟ୍ୟଟକ ଆସିଥାନ୍ତି । ଏ ପର‌୍ୟ୍ୟନ୍ତ ୩୫ ବର୍ଗ କିଲୋମିଟର ଜଙ୍ଗଲ ଜଳିପୋଡ଼ି ଛାରଖାର ହୋଇଛି। ନିଆଁ ୭୯ଟି ସ୍ଥାନରେ ଲାଗିଛି ଏବଂ ଏହାକୁ ଆୟତ୍ତ କରିବା ପାଇଁ ୫ ହେଲିକପ୍ଟର ଏବଂ ୧୭୪ ଫାୟର ଫାଇଟର୍ସଙ୍କୁ ନିୟୋଜିତ କରାଯାଇଛି। ଅଗ୍ନିକାଣ୍ଡ ରୋଡ୍ସ ଦ୍ୱୀପ ସହ କୋର୍ଫ୍ୟୁ ଦ୍ୱୀପକୁ ମଧ୍ୟ ବ୍ୟାପିଛି।

ମଧ୍ୟ ଗ୍ରୀସର ପୂର୍ବତଟରେ ସ୍ଥିତ ଦ୍ବିତୀୟ ସବୁଠୁ ବଡ଼ ଦ୍ବୀପ ଇଭିଆରେ ମଧ୍ୟ ନିଆଁ ଲାଗିଛି। ରୋଡ୍ସରେ ଗୋଟିଏ ସପ୍ତାହ ହେବ ନିଆଁ ଲାଗି ରହିଛି। ଘଣ୍ଟା ପ୍ରତି ୪୯ କିମି ବେଗରେ ପବନ ବହୁଥିବାରୁ ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇପଡ଼ିଛି। ୧୬ ହଜାର ଲୋକଙ୍କୁ ସ୍ଥଳଭାଗରେ ଏବଂ ୩ ହଜାର ଲୋକଙ୍କୁ ସମୁଦ୍ର ରାସ୍ତା ଦେଇ ସୁରକ୍ଷିତ ସ୍ଥାନକୁ ନିଆଯାଇଥିବା ସୂଚନା ମିଳିଛି ।

କିଛିଦିନ ତଳେ ଆମାଜନ ଜଙ୍ଗଲରେ ନିଆଁ ଲାଗିବା କାରଣରୁ ୩,୭୫୦ ବର୍ଗ କିଲୋମିଟର ଅଞ୍ଚଳ ନଷ୍ଟ ହୋଇଯାଇଥିଲା। ଶୁଖିଲା ପାଗ ଯୋଗୁ ପ୍ରତିବର୍ଷ ମେ ଓ ଜୁନ୍‌ରେ ସ୍ୱାଭାବିକ ଭାବେ ଜଙ୍ଗଲରେ ନିଆଁ ଲାଗି ନଷ୍ଟ ହୋଇଥାଏ; କିନ୍ତୁ ଏଥର ବର୍ଷ ଆରମ୍ଭରୁ ତାହା ଦେଖିବାକୁ ମିଳିଛି। ଏଭଳି ସ୍ଥିତି ଉପୁଜିଲେ ଜଙ୍ଗଲ ଖୁବ୍ କମ୍ ସମୟ ମଧ୍ୟରେ ନିଶ୍ଚିହ୍ନ ହୋଇଯିବ ବୋଲି ଆଶଙ୍କା କରାଯାଉଛି। ମେ ମାସରେ ଆମାଜନର ୨,୨୮୭ ସ୍ଥାନରେ ନିଆଁ ଲାଗିଥିଲା। ୨୦୦୪ ପରଠାରୁ ଏହି ସଂଖ୍ୟା ସର୍ବାଧିକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ