ପରଲୋକରେ ୧୯୪୨ ଭାରତ ଛାଡ଼ ଆନ୍ଦୋଳନର ସିପାହୀ ନିଶାକର ଦାସ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପରଲୋକରେ ୧୯୪୨ ଭାରତ ଛାଡ଼ ଆନ୍ଦୋଳନର ସିପାହୀ ନିଶାକର ଦାସ । ୧୦୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଆଜି କୋରାପୁଟର ପାଡୁଆ ସ୍ଥିତ କୁଲାବିର ଆଶ୍ରମରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ହେଉଛନ୍ତି ବିଶିଷ୍ଠ ସ୍ୱାଧୀନତା ସଂଗ୍ରାମୀ ତଥା ଭୂଦାନ ଆନ୍ଦୋଳନରେ ଅନ୍ୟତମ ନେତା । ଉତ୍କଳ ସର୍ବୋଦୟ ମଣ୍ଡଳର ପ୍ରାକ୍ତନ ସଭାପତି ଥିଲେ ନିଶାକର। ଖରସୁଆଁରୁ କୁଲାବିରି ଆତ୍ମଜୀବନୀର ଲେଖକ ଭାବେ ସେ ବେଶ ପରିଚିତ । ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଆଦି ସଂଗଠନର ମାର୍ଗଦର୍ଶକ ରୂପେ କାର୍ଯ୍ୟରତ ଥିଲେ । ସେହି ଶତାୟୁ ସଂଗ୍ରାମୀ ନିଶାକର ଦାସଙ୍କର ଆଜି ବିୟୋଗ ହୋଇଛି ।

ସେ ଗୋପବନ୍ଧୁ ଚୌଧୁରୀ, ରମାଦେବୀ, ନବକୃଷ୍ଣ ଚୌଧୁରୀ, ଆଚାର୍ଯ୍ୟ ହରିହର ଦାସ, ଗୁଣନିଧି ମହାନ୍ତି, ବିଶ୍ଵନାଥ ପଟ୍ଟନାୟକ, ମହମ୍ମଦ ବାଜୀ ଆଦିଙ୍କର ଘନିଷ୍ଠ ସହଯୋଗୀ ଥିଲେ। ଯାଜପୁର ଜିଲ୍ଲାର ସିଂହପୁର ଗାଁରେ ଏକ ବୈଷ୍ଣବ ପରିବାରରେ ଜନ୍ମ ହୋଇଥିଲେ ସ୍ୱାଧୀନତା ସଂଗ୍ରାମୀ ନିଶାକର ଦାସ । ଛୋଟ ବେଳୁ ଦାରିଦ୍ର୍ୟ, ଅସ୍ପୃଶ୍ୟତା, ସାମାଜିକ ଘୃଣା ବିରୋଧରେ ସେ ଲଢ଼ିଥିଲେ । ପରେ ସେ ସର୍ବୋଦୟ ଆନ୍ଦୋଳନରେ ଯୋଗ ଦେଇଥିଲେ । ଏପରିକି ବିନୋବା ଭାବେଙ୍କ ସହ ପଦଯାତ୍ରାରେ ଓଡ଼ିଶାର ବିଭିନ୍ନ ସ୍ଥାନକୁ ଗସ୍ତ କରି ଗ୍ରାମଦାନ ଆନ୍ଦୋଳନ ବିଷୟରେ ଲୋକଙ୍କୁ ବୁଝାଉଥିଲେ । କ୍ରାନ୍ତି ଆନ୍ଦୋଳନ ଠାରୁ ଆରମ୍ଭ କରି ବର୍ତ୍ତମାନର ସାମ୍ରାଜ୍ୟବାଦ ବିରୋଧୀ ଆନ୍ଦୋଳନରେ ଆଗରେ ରହିଥିଲେ ନିଶାକର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!