Masthead

ଭାରତକୁ ସହାୟତା ଯୋଗାଇବାକୁ ଆମେରିକା ପ୍ରତିଶ୍ରୁତି ବଦ୍ଧ: କମଳା ହାରିସ

ୱାସିଂଟନ(ବଡ଼ ଖବର ବ୍ୟୁରୋ): ଭାରତରେ ବଢ଼ିଚାଲିଛି ସଂକ୍ରମଣ । ଭାରତର ଏପରି ପରିସ୍ଥିତିକୁ କରୁଣ ବୋଲି କହିଛନ୍ତି ଆମେରିକା ଉରାଷ୍ଟ୍ରପତି କମଳା ହାରିସ । ଶୁକ୍ରବାର ଓହିଓର ସିନିନାଟିରେ ଏକ ସାମ୍ବାଦିକ ସମ୍ମିଳନୀରେ ହାରିସ କହିଛନ୍ତି ଯେ, ଜୀବନ ହାନୀ କ୍ଷେତ୍ରରେ ଭାରତର ପରିସ୍ଥିତି ଅତ୍ୟନ୍ତ କରୁଣ ସେଥିରେ ସନ୍ଦେହ ନାହିଁ । ଆଉ ଏକ ଦେଶ ହିସାବରେ ଆମେ ଭାରତକୁ ସହାୟତା ଯୋଗାଇ ଦେବାକୁ ପ୍ରତିବଦ୍ଧ ।

ସେହିପରି ସେ ଆହୁରି ମଧ୍ୟ କହିଛନ୍ତି ଯେ, ପିପିଇ କିଟ ଓ ଅନ୍ୟାନ୍ୟ ସାମଗ୍ରୀ ପାଇଁ ଭାରତକୁ ଆମେ ଅର୍ଥ ସାହାଯ୍ୟ କରିବୁ ବୋଲି ପ୍ରତିଶ୍ରୁତି ଦେଇସାରିଛୁ । କିନ୍ତୁ ପରିସ୍ଥିତି ଅତି ଜଟିଳ ଆଉ ଏଥିରେ ପୀଡ଼ିତ ହେଉଥିବା ଲୋକମାନଙ୍କ ପାଇଁ ମୁଁ ପ୍ରାର୍ଥନା କରୁଛି । ମାଡ଼ି ଚାଲିଥିବା କରୋନା ସଂକ୍ରମଣ ଓ ପରିବର୍ତ୍ତିତ ଭାରତୀୟ ପ୍ରଜାତିର ଭୂତାଣୁ କାରଣରୁ ପୂର୍ବରୁ ଭାରତକୁ ଆସିବାକୁ ଆମେରିକା ନିଜ ନାଗରିକ ମାନଙ୍କ ପ୍ରତି କଟକଣା ଘୋଷଣା କରି ସାରିଛି । ଆଉ ସର୍ବ ସାଧାରଣରେ ନିଷେଧାଦେଶ ଘୋଷଣା ହେବା ପରେ ହାରିସଙ୍କର ଭାରତରେ ଥିବା ସମ୍ପର୍କୀୟଙ୍କ ସହ ସେ କଥା ହୋଇ ନାହାନ୍ତି ବୋଲି ହାରିସ ଏହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ