Masthead

ଭାରତକୁ ସହାୟତା ଯୋଗାଇବାକୁ ଆମେରିକା ପ୍ରତିଶ୍ରୁତି ବଦ୍ଧ: କମଳା ହାରିସ

ୱାସିଂଟନ(ବଡ଼ ଖବର ବ୍ୟୁରୋ): ଭାରତରେ ବଢ଼ିଚାଲିଛି ସଂକ୍ରମଣ । ଭାରତର ଏପରି ପରିସ୍ଥିତିକୁ କରୁଣ ବୋଲି କହିଛନ୍ତି ଆମେରିକା ଉରାଷ୍ଟ୍ରପତି କମଳା ହାରିସ । ଶୁକ୍ରବାର ଓହିଓର ସିନିନାଟିରେ ଏକ ସାମ୍ବାଦିକ ସମ୍ମିଳନୀରେ ହାରିସ କହିଛନ୍ତି ଯେ, ଜୀବନ ହାନୀ କ୍ଷେତ୍ରରେ ଭାରତର ପରିସ୍ଥିତି ଅତ୍ୟନ୍ତ କରୁଣ ସେଥିରେ ସନ୍ଦେହ ନାହିଁ । ଆଉ ଏକ ଦେଶ ହିସାବରେ ଆମେ ଭାରତକୁ ସହାୟତା ଯୋଗାଇ ଦେବାକୁ ପ୍ରତିବଦ୍ଧ ।

ସେହିପରି ସେ ଆହୁରି ମଧ୍ୟ କହିଛନ୍ତି ଯେ, ପିପିଇ କିଟ ଓ ଅନ୍ୟାନ୍ୟ ସାମଗ୍ରୀ ପାଇଁ ଭାରତକୁ ଆମେ ଅର୍ଥ ସାହାଯ୍ୟ କରିବୁ ବୋଲି ପ୍ରତିଶ୍ରୁତି ଦେଇସାରିଛୁ । କିନ୍ତୁ ପରିସ୍ଥିତି ଅତି ଜଟିଳ ଆଉ ଏଥିରେ ପୀଡ଼ିତ ହେଉଥିବା ଲୋକମାନଙ୍କ ପାଇଁ ମୁଁ ପ୍ରାର୍ଥନା କରୁଛି । ମାଡ଼ି ଚାଲିଥିବା କରୋନା ସଂକ୍ରମଣ ଓ ପରିବର୍ତ୍ତିତ ଭାରତୀୟ ପ୍ରଜାତିର ଭୂତାଣୁ କାରଣରୁ ପୂର୍ବରୁ ଭାରତକୁ ଆସିବାକୁ ଆମେରିକା ନିଜ ନାଗରିକ ମାନଙ୍କ ପ୍ରତି କଟକଣା ଘୋଷଣା କରି ସାରିଛି । ଆଉ ସର୍ବ ସାଧାରଣରେ ନିଷେଧାଦେଶ ଘୋଷଣା ହେବା ପରେ ହାରିସଙ୍କର ଭାରତରେ ଥିବା ସମ୍ପର୍କୀୟଙ୍କ ସହ ସେ କଥା ହୋଇ ନାହାନ୍ତି ବୋଲି ହାରିସ ଏହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ